Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଭେମ୍ବର ଯାଏଁ ରହିବ କରୋନା କଟକଣା

by ସଞ୍ଜୟ ସ୍ୱାଇଁ
July 18, 2021
in Health, State
ନଭେମ୍ବର ଯାଏଁ ରହିବ କରୋନା କଟକଣା
220
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ନଭେମ୍ବର ମାସ ଯାଏ କୋଭିଡ୍‌ କଟକଣା ଲଗାଇ ରଖିବାକୁ ହେବ । ବର୍ଷ ଶେଷ ପର୍ୟ୍ୟନ୍ତ ଆମକୁ ସବୁ ନିୟମ ମାନିବାକୁ ହେବ । କାରଣ ଅନେକ ଦେଶରେ ଏବେ ତୃତୀୟ ଆସି ସାରିଲାଣି । ଆମେ ସତର୍କ ନହେଲେ ନିଶ୍ଚିତ ସଂକ୍ରମଣ ବ୍ୟାପିବ । ଅକ୍ଟୋବର ଶେଷ ସୁଦ୍ଧା ଓଡ଼ିଶାରେ ସଂକ୍ରମଣ ବ୍ୟାପିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଏମିତି ଆଶଙ୍କା କରିଛନ୍ତି । ଡାକ୍ତର ମିଶ୍ର କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ କରିବା ଦରକାର । ଜେନମ୍‌ ସିକ୍ୟୁଏନ୍ସିଂ ବଢ଼ାଇବାକୁ ହେବ । ଏହା ହେଲେ ଆମେ ନୂଆ ଷ୍ଟ୍ରେନ୍‌ ଉପରେ ନଜର ରଖିପାରିବା । ମହାରାଷ୍ଟ୍ର ଭଳି ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଦରକାର । ଚିନ୍ତାର କଥା ହେଉଛି, ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ରହିଛି, ସେଠାରେ ନୂଆ ମ୍ୟୁଟାଣ୍ଟ ସୃଷ୍ଟି ହେବାର ସମ୍ଭାବନା ରହୁଛି । ଆମର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ଅଧିକ ହେଉଥିବାରୁ ନୂଆ ମ୍ୟୁଟାଣ୍ଟ ସମ୍ଭାବନା ବେଶି । ସଂକ୍ରମଣ ହାର ଆମକୁ କମାଇବାକୁ ହେବ । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ହେବ । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହରି ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ । ବିଶ୍ୱର କିଛି ଦେଶରେ ଏବେ ସଂକ୍ରମଣ ପୁଣି ବଢ଼ିଲାଣି । ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହିଛି ।  ସଂକ୍ରମଣ ବଢ଼ିଚାଲିଛି । ପ୍ରଥମ ଓ ଦ୍ୱିତୀୟ ଲହରିର ପ୍ରଭାବ ୩/୫ ମାସ ଯାଏ ରହୁଛି । ସର୍ଭିଲାନ୍ସ ଟିମ୍‌ ପ୍ରସ୍ତୁତ ରହିଛି । ଟେଷ୍ଟିଂ ବଢ଼ାଇବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି । ଟିକା ନନେଲେ ତ କୋଭିଡ୍‌ ଗାଇଡ଼ଲାଇନ୍‌ ମାନିବେ, ଟିକା ନେବା ପରେ ମଧ୍ୟ ସବୁ ନିୟମ ମାନିବାକୁ ହେବ । କୋଭିଡ୍‌ ଆମ ଚାରିପାଖେ ଘୁରି ବୁଲୁଛି । ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ସହ ଏମିତି ସତର୍କତା କରାଇଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଡାକ୍ତର ମହାପାତ୍ର କହିଛନ୍ତି, ଏ ଯାଏ ଦ୍ୱିତୀୟ ଲହରି ସରିନି । କେତେବେଳେ ଉପରେ ତ ଆଉ କେତେବେଳେ ସଂକ୍ରମଣ ତଳ ହେଉଛି । ବିଶେଷକରି ଭୁବନେଶ୍ୱର ଆଉ କଟକ ଚିନ୍ତା ଯାଇନି । ଏନ୍‌ଫୋର୍ସମେଣ୍ଟକୁ ଆଗକୁ ଆହୁରି ଜୋରଦାର କରାଯିବ । ଟିକା ନେବାପରେ ଲୋକେ ସଂକ୍ରମିତ ହେଉଛନ୍ତି ସତ ହେଲେ ଗୁରତର ହେଉନାହାନ୍ତି ରୋଗୀ । ରବିବାର ପୁଣି ବଢ଼ିଛି ସଂକ୍ରମଣ । ପଜିଟିଭ୍‌ ହାର ମଧ୍ୟ ୨.୯୯% ବଢ଼ିଛି । ଅର୍ଥାତ ଏବେ ବି ଶହେରେ ୩ ଜଣ ଆକ୍ରାନ୍ତ ହେଉଛନ୍ତି । ୨୨୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଆଜି । ୬୬ ମୃତ୍ୟୁକୁ ସ୍ୱୀକାର କରିଛନ୍ତି ସରକାର । ପୁଣି ସକ୍ରିୟ ରୋଗୀ ସଂଖ୍ୟା ରାଜ୍ୟରେ ୨୦ ହଜାର ଟପିଛି । କରୋନା ମୃତ୍ୟୁ ରାଜ୍ୟରେ ୫ ହଜାର ପାର୍ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!