Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍‌ ବୋଝେଇ ଟ୍ରକ୍

by ସଞ୍ଜୟ ସ୍ୱାଇଁ
January 31, 2025
in Accident, State
ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍‌ ବୋଝେଇ ଟ୍ରକ୍
55
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ କାର୍‌କୁ ଧକ୍କା ଦେଲା ପାଇପ୍ ବୋଝେଇ ଟ୍ରକ୍‌ । ଦୁର୍ଘଟଣା ଘଟାଇ ଖସି ଯାଉଥିବା ବେଳେ ଧରା ପଡ଼ିଲା ଟ୍ରକ୍‌ । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ ଯୁବକ । ସେମାନଙ୍କ ମଧ୍ୟରୁ ଜଣେ ଯୁବ ସାମ୍ୱାଦିକ ତପନ ପ୍ରଧାନ ବୋଲି ଜଣା ପଡ଼ିଛି । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଧାମନଗର ପ୍ରେସ କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟ ସାରି ବିଳମ୍ବିତ ରାତିରେ ଭଦ୍ରକରୁ କାର୍‌ ଯୋଗେ ଫେରୁଥିଲେ ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠ ନାଥ ସାହୁ ଏବଂ ଯୁବ ସାମ୍ବାଦିକ ତପନ ପ୍ରଧାନ । ଏହି ସମୟରେ ଚିଙ୍ଗିଡିପୁର ନିକଟରେ କଲିକତାରୁ ଅନୁଗୁଳକୁ ଆସୁଥିବା ପାଇପ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଗାଡ଼ିକୁ ପିଟି ଖସିଯିବାକୁ ଉଦ୍ୟମ କରିଥିଲା । ଏହା ଦେଖି ବୈକୁଣ୍ଠ ନାଥ ସାହୁ ନିଜର ଉପସ୍ଥିତ ବୁଦ୍ଧିକୁ ବ୍ୟବହାର କରିଥିଲେ । ତୁରନ୍ତ ଛତାବର ଟୋଲ ଗେଟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ । ସଙ୍ଗେ ସଙ୍ଗେ ଖବର ପାଇ ପ୍ରେସ୍‌ କ୍ଲବର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଚିଙ୍ଗିଡିପୁର ଠାରେ ୱାନ ୱେ ରୋଡ ଦୁର୍ଘଟଣାର ମୁଖ୍ୟ କାରଣ । ଆଜିକୁ ଦେଢ଼ ବର୍ଷ ହେବ ୧୬ ନମ୍ୱର୍ ଜାତୀୟ ରାଜପଥର ବିଷ୍ଣୁପୁର ନିକଟରେ ଓଭର ବ୍ରିଜ କାମ ମନ୍ଥର ଗତିରେ ଚାଲୁଛି । ପ୍ରତ୍ୟେକ ଦିନ ଅନେକ ଦୁର୍ଘଟଣା ଘଟିଛି । ଜିଲ୍ଲା ପ୍ରଶାସନକୁ ତୁରନ୍ତ ଓଭର ବ୍ରିଜ କାମ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!