ଦଶପଲ୍ଲା, (ବାଘୁଆବାର୍ତ୍ତା): ବର୍ତ୍ତମାନର ତାଜା ସୂଚନା । ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଆଜି ସଂଧ୍ୟା ୮ ଘଟିକା ସମୟରେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂଜାତୀୟ ରାଜପଥର ବୁଗୁଡା କନ୍ୟାଶ୍ରମ ନିକଟରେ ଏକ କାର୍ ନଂ (ଓଡି ୦୨ବିଇ ୫୪୩୭) ସହିତ ଏକ ହିରୋ ବାଇକ୍ ନଂ (ଓଆର ୦୨ବିଏସ ୨୯୩୩) ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତ୍ତର ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।





