ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ଏନ.ଏସି ଅନ୍ତର୍ଗତ କଦଳିବନ୍ଧ ନିକଟସ୍ଥ ପେଟ୍ରୋଲପମ୍ପ ନିକଟରେ କାର ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ ସମୟରେ ଓଡ଼ଗାଁ,କଦଳିବନ୍ଧ ନିକଟସ୍ଥ ପେଟ୍ରୋଲ ପମ୍ପରୁ ଟିଭିଏସ ଏକ୍ସଏଲ ଗାଡି ନଂ ଓଡି୨୫୧୩୩୪ରେ ଚାଳକ ଘନଶ୍ୟାମ ଭୁଜବଳ(୫୫) ପେଟ୍ରୋଲପକାଇ ନିଜ ଗ୍ରାମ ନନ୍ଦିଘୋର ଅଭିମୁଖେ ଯାଉଥିବା ସମୟରେ ନୟାଗଡ଼ ଅଭିମୁଖେ ଯାଉଥିବା କାର ନଂ ଓଡ଼ି୧୧ଜି୭୦୭୬ ପଛପଟୁ ଧକ୍କା ଦେବାରୁ ଘନଶ୍ୟାମଙ୍କ ଅବସ୍ଥା ଗୁରୁତର ହୋଇଥିଲା।ପ୍ରଥମେ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗମ୍ଭୀର ହେବାରୁ ନୟାଗଡ଼ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଅଛି ।






