କଟକସଦର, (ବାଘୁଆବାର୍ତ୍ତା): ବର୍ଷା ପାଣିରେ ଖାଲ ଭର୍ତ୍ତି ହୋଇଥିବା ବେଳେ କାର୍ ଚାଳକ ଏହା ଜାଣିପାରିନଥିଲେ । ତେଣୁ କାର୍ ଖାଲରେ ପଡ଼ି ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଗୋଟିଏ ପରିବାରର ୪ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ଖଟବିନ ସାହିର ହବିବୁଲ ରେହମନ ନିଜ ପରିବାରର ୩ ଜଣଙ୍କୁ ନେଇ ଏକ କାର୍(ଓଡି୦୫ଏଏଫ ୭୩୨୨)ରେ ଯୋବ୍ରାରୁ କେନ୍ଦ୍ରାପଡା ଯାଉଥିବା ବେଳେ ଶିଖରପୁର ଡାନିଆ ହୋଟେଲ ସମ୍ମୁଖରେ ରାସ୍ତା ଜାଣି ନ ପାରି କାର୍ ଖାଲରେ ପଡ଼ିଯାଇଥିଲା । ଚାଉଳିଆଗଞ୍ଜ ପିସିଆର ଘଟଣାସ୍ଥଳରେ ପହଞ୍ଚି କାରରେ ଥିବା ୪ଜଣଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା ।





