ବାଙ୍କୀ, (ବାଘୁଆବାର୍ତ୍ତା): ମର୍ଣ୍ଣିଂୱାକ୍ କରୁଥିବା ବେଳେ କନଷ୍ଟେବଳଙ୍କୁ ଧକ୍କା ଦେଲା କାର୍। ଘଟଣାସ୍ଥଳରେ କନଷ୍ଟେବଳ ମୃତ। କଟକ ଜିଲ୍ଲା ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ନିକଟବର୍ତ୍ତୀ ଚାରିଘରିଆରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ନିକଟବର୍ତ୍ତୀ ଚାରିଘରିଆରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଇଁମୁଣ୍ଡି ଫାଣ୍ଡିରେ କାର୍ୟ୍ୟରତ ଥିବା ରମେଶ ପରିଡ଼ା ନାମକ ଜଣେ କନଷ୍ଟେବଳ ଆଜି ସକାଳୁ ମର୍ଣ୍ଣିଂୱାକ୍ କରୁଥିବା ବେଳେ ତାଙ୍କ ଉପରକୁ ଏକ କାର୍ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ରମେଶଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ମହୁଲଢ଼ିପି ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।





