ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପର ପୁରୁଷ ସାଙ୍ଗେ ଚାଲିଥିଲା ସ୍ତ୍ରୀର ରାସଲୀଳା । ହୋଟେଲରୁ ଉଦ୍ଧାର କଲା ପୋଲିସ । ଲଜ୍ରୁ ପୋଲିସ ସହାୟତାରେ ଉଦ୍ଧାର କଲା ସ୍ୱାମୀ । ଅସଂଯତ ଅବସ୍ଥାରେ ଅଶୋକନଗର ସ୍ଥିତ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ । ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ ମହିଳା ଜଣଙ୍କ । ତେବେ ଫେରାର ହୋଇଯିବା ପରେ ଅନ୍ୟ ଜଣେ ଯୁବକ ସହ ଅଶୋକନଗରର ଏକ ଲଜରେ ରହୁଥିଲେ । ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ । ପୂର୍ବରୁ ଏ ନେଇ ଜଙ୍କିଆ ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ ପରିବାର ଲୋକେ । ସ୍ୱାମୀଙ୍କ ଏତଲା ପରେ ଉଦ୍ଧାର କଲା କ୍ୟାପିଟାଲ ଥାନା ପୋଲିସ ।





