Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଠଗଡ଼ ଅଞ୍ଚଳରେ ମାତିଛନ୍ତି ଟୋପି ପିନ୍ଧା ଲୁଟେରା

by ସଞ୍ଜୟ ସ୍ୱାଇଁ
May 16, 2025
in Crime, State
ଆଠଗଡ଼ ଅଞ୍ଚଳରେ ମାତିଛନ୍ତି ଟୋପି ପିନ୍ଧା ଲୁଟେରା
45
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ଅଞ୍ଚଳରେ ମାତିଛନ୍ତି ଟୋପି ପିନ୍ଧା ଲୁଟେରା । ବରିଷ୍ଠ ନାଗରିକଙ୍କ କାର୍ଡକୁ କରୁଛନ୍ତି ଟାର୍ଗେଟ୍ । ଏଭଳି ଆନ୍ତଃଜିଲ୍ଲା ଏଟିଏମ୍ ଲୁଟେରାଙ୍କୁ କାବୁ କରିଛି ଆଠଗଡ଼ ପୋଲିସ । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ୨୬ଟି ଏଟିଏମ୍ କାର୍ଡ, ୯ ଭରି ସୁନା, ୪ଟି ମୋବାଇଲ ଜବତ କରି ଆନ୍ତଃଜିଲ୍ଲା ଏଟିଏମ୍ ଲୁଟେରାଙ୍କୁ କାବୁ କରିଛି ଆଠଗଡ଼ ପୋଲିସ । ବିଭିନ୍ନ ଜିଲ୍ଲାରେ ଏହି ଲୁଟେରା ମାନେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରି ଏଟିଏମ୍ କାଉଣ୍ଟରରେ ସେମାନଙ୍କ ଏଟିଏମ୍ କାର୍ଡ ବଦଳାଇ ସପିଂ ମାଧ୍ୟମରେ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଆଠଗଡ଼ ଥାନା ଅଞ୍ଚଳରେ ୨୫ ଜାନୁଆରା, ୨୭ ମାର୍ଚ୍ଚରେ ଦୁଇଟି ଲୁଟ୍ ଘଟଣା ପରେ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଆଠଗଡ଼ ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ୍ର ୨ ଜଣକୁ ଧରି ଏଟିଏମ୍ କାର୍ଡ, ଟଙ୍କା, ସୁନା, ମୋବାଇଲ ଜବତ କରି ସେମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ କଟକରୁ କଳାହାଣ୍ଡି, କେନ୍ଦୁଝରରୁ କୋରାପୁଟ ଆଦି ଥାନାରେ ୪୦ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଏସ୍ପି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗଞ୍ଜାମ ପୋଲସରା ଓ ସହଯୋଗୀ ପ୍ରଦୀପ କୁମାର ସାହୁ ବୁଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଆଠଗଡ ପୋଲିସ ଉଭୟଙ୍କୁ ଆଠଗଡ଼ ଅଞ୍ଚଳରୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗର ଅନେକ ଲୁଟେରାଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!