Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟାର ରୂପ ନେବ ନାହିଁ ଲଘୁଚାପ

by ସଞ୍ଜୟ ସ୍ୱାଇଁ
May 25, 2025
in State
ବାତ୍ୟାର ରୂପ ନେବ ନାହିଁ ଲଘୁଚାପ
106
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଓଡ଼ିଶାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଝଟ୍କା ପବନ ମଧ୍ୟ ବହିବ। ଆଗାମୀ ୨୭ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବାର କୌଣସି ଆଶଙ୍କା ନାହିଁ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବାତ୍ୟା ସମ୍ପର୍କିତ କୌଣସି ସୂଚନା ଜାରି କରାଯାଇ ନାହିଁ, ଏବଂ ବାତ୍ୟା ନେଇ ଚାଲିଥିବା ଗୁଜବକୁ ଅପପ୍ରଚାର ବୋଲି କୁହାଯାଇଛି। ଭାରତୀୟ ପାଣିପାଗ କେନ୍ଦ୍ର ଅନୁସାରେ, ଓଡ଼ିଶାକୁ ମୌସୁମୀ ପହଞ୍ଚିବା ପାଇଁ ଆହୁରି କିଛି ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳର ରାଜ୍ୟଗୁଡ଼ିକୁ ମୌସୁମୀ ପ୍ରବେଶ କରିବା ପରେ ଓଡ଼ିଶାକୁ ଏହା ଆସିବ। ଏହି ସମୟରେ ରାଜ୍ୟବାସୀଙ୍କୁ ବର୍ଷା ଓ ଝଟ୍କା ପବନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିଯାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାଜ୍ୟର ଅଧା ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା ବେଳେ ବାକି ସମସ୍ତ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ମଙ୍ଗଳବାର ସମ୍ପୂର୍ଣ୍ଣ ଓଡିଶାକୁ ବିଜୁଳି ଘଡଘଡି ସହିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବୁଧବାର ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲାକୁ ବିଜୁଳି ଘଡଘଡି ସହିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ସହିତ ଗୁରୁବାର ପାଇଁ ମଧ୍ୟ ବିଜୁଳି ଘଡଘଡି ସହିତ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ନିର୍ଦ୍ଧାରିତ ସମୟ ଜୁନ୍ ୧ ତାରିଖ ଠାରୁ ପ୍ରାୟ ଆଠ ଦିନ ଆଗରୁ ପହଞ୍ଚିଛି। ଗତ ୩୦ ବର୍ଷରେ ଏହା କେବଳ ତୃତୀୟ ଏଭଳି ଘଟଣା; ଏହା ପୂର୍ବରୁ ୧୯୯୦ (ମେ ୧୯) ଏବଂ ୨୦୦୯ (ମେ ୨୩) ରେ ମୌସୁମୀ ଆଗୁଆ ପହଞ୍ଚିଥିଲା। ୨୦୨୪ ରେ ମୌସୁମୀ ଆରମ୍ଭ ମେ ୩୦ ତାରିଖରେ ରିପୋର୍ଟ ହୋଇଥିଲା। ତେବେ ଚଳିତ ବର୍ଷର ଆଗୁଆ ଆଗମନ ମୌସୁମୀର ଉତ୍ତରକୁ ପୂର୍ବ ଏବଂ ମଧ୍ୟ ଭାରତ, ଓଡ଼ିଶା ସମେତ, ଶୀଘ୍ର ଅଗ୍ରଗତି କରିବ ବୋଲି ଆଶା କରାଯାଉଛି। ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଆଗୁଆ ମୌସୁମୀ ଏବଂ ବିକାଶଶୀଳ ଲଘୁଚାପ ସିସ୍ଟମ୍ର ମିଳିତ ପ୍ରଭାବ ଓଡ଼ିଶାରେ ମୌସୁମୀ ବର୍ଷାର ଆରମ୍ଭକୁ ସାଧାରଣ ଜୁନ୍ ୧୦–୧୨ ସମୟସୀମା ତୁଳନାରେ ଅନେକ ଆଗରୁ ଆଣିପାରେ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!