Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତୀୟ କର୍କଟ ସଚେତନତା ଦିବସ, ସଚେତନ ହେଲେ ଦୂରେଇବ କର୍କଟ

by ସଞ୍ଜୟ ସ୍ୱାଇଁ
November 7, 2021
in Health, State
ଜାତୀୟ କର୍କଟ ସଚେତନତା ଦିବସ, ସଚେତନ ହେଲେ ଦୂରେଇବ କର୍କଟ
73
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଉ ଏଇ ସମ୍ପଦକୁ କ୍ଷୁଣ୍ଣ କରିଚାଲିଛି ଜୀବନଶୈଳୀରେ ପରିବର୍ତ୍ତନ। ଆଉ ସଚେତନତାର ଅଭାବ । ଏଥିପାଇଁ ପ୍ରତିବର୍ଷ ଦେଶରେ ୧୦ ଲକ୍ଷ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ମଧ୍ୟ ଏ ସଂଖ୍ୟା କିଛି କମ୍‌ ନୁହେଁ। କର୍କଟ ଭଳି ରୋଗରୁ ମୁକ୍ତି ପାଇବାକୁ ହେଲେ ପ୍ରାଥମିକ ସ୍ତରରୁ ହିଁ ଏହାର ଚିହ୍ନଟ ଓ ଚିକିତ୍ସା ଆବଶ୍ୟକ। ଏସବୁ ସଚେତନ ଦ୍ୱାରା ହିଁ ସମ୍ଭବ ହୋଇପାରିବ। ତେଣୁ ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଏହାହିଁ ସଭିଙ୍କୁ ବାର୍ତ୍ତା। ଏମ୍ସର ସର୍ଜିକାଲ୍‌ ଅଙ୍କୋଲୋଜି ପ୍ରଫେସର ମୁଖ୍ୟ ଡ. ମାଧବାନନ୍ଦ କର କହିଛନ୍ତି ସଚେତନତା ହିଁ କର୍କଟକୁ ହରାଇବାର ପ୍ରଥମ ସୋପାନ । ସେ କହିଛନ୍ତି, ବିଭିନ୍ନ ପ୍ରକାରର କର୍କଟ ରହିଛି। ବର୍ତ୍ତମାନ ନାରୀମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଓ ପୁରୁଷମାନଙ୍କ କ୍ଷେତ୍ରରେ ଓରାଲ୍‌ କର୍କଟ ଅଧିକ ଦେଖାଯାଉଛି । ହେଲେ ଠିକ୍‌ ସମୟରେ ଏହାର ନିରାକରଣ ହୋଇପାରୁନାହିଁ । ଯେଉଁଥିପାଇଁ ପ୍ରତିବର୍ଷ ଦେଶରେ ୧୦ ଲକ୍ଷ ପାଖାପାଖି କର୍କଟ ରୋଗରେ ଚିହ୍ନଟ ହେଉଛନ୍ତି। ଏହାକୁ ହରାଇବାକୁ ହେଲେ ପ୍ରାଥମିକ ସ୍ତରରୁ ହିଁ କର୍କଟ ରୋଗର ଚିହ୍ନଟ ଆବଶ୍ୟକ । ତେଣୁ ଲକ୍ଷଣ ବିଷୟରେ ସମସ୍ତେ ଅବଗତ ହୁଅନ୍ତୁ। ଯଦି କୌଣସି ବି ଲକ୍ଷଣ ଦେଖାଯାଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସହ ଡା. କର କହିଛନ୍ତି, ଜୀବନଶୈଳୀରେ ପରିବର୍ତ୍ତନ, ଅଧିକ ଫାଷ୍ଟଫୁଡ୍‌ ଖାଇବା ଏବଂ ବାୟୁ ପ୍ରଦୂଷଣ ଆଦି କେତେକ କାରଣ ହିଁ କର୍କଟ ରୋଗ କରାଇଥାଏ । ତେଣୁ ଏସବୁଠୁ ଦୂରେଇ ରହିବା ଦରକାର । ସବୁଜ ପନିପରିବା ଖାଇବା ସହ ଅଧିକ ପ୍ରୋଟିନ୍‌ ଯୁକ୍ତ ଫଳ ଖାଇବା ଉଚିତ୍‌ । ଠିକ୍‌ ସମୟରେ ଖାଇବା ଓ ଶୋଇବା ମଧ୍ୟ ଆବଶ୍ୟକ । ଅନ୍ୟପକ୍ଷରେ କର୍କଟ ସଚେତନତା ଉପରେ କାମ କରୁଥିବା କ୍ରିୟା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଲିଲି ଜେନାମଣି କହିଛନ୍ତି, ଚଳିତବର୍ଷ ଏହି ଦିବସର ମୂଳ୍ୟ ଲକ୍ଷ ହେଉଛି ପ୍ରାଥମିକ ସ୍ତରରୁ ଚିହ୍ନଟ ଓ କର୍କଟ ସୃଷ୍ଟି କରୁଥିବା ଜୀବନଶୈଳୀରୁ ଦୂରେଇବା । ତେଣୁ ସମସ୍ତେ ସଚେତନ ହୋଇ କର୍କଟର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ । ସାମାନ୍ୟ ଲକ୍ଷଣ ଅନୁଭବ କଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!