Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ଗୁଲାବର ପ୍ରଭାବରେ ଟ୍ରେନ୍ ବାତିଲ

by ସଞ୍ଜୟ ସ୍ୱାଇଁ
September 27, 2021
in State
ବାତ୍ୟା ଗୁଲାବର ପ୍ରଭାବରେ ଟ୍ରେନ୍ ବାତିଲ
97
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦୁର୍ବଳ ହୋଇଛି ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡିଛି । ପବନ ଯୋଗୁଁ ବଡଗଡ଼ ଗଛ ଉପୁଡି ପଡ଼ିଛି । ହେଲେ ସେପରି କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ବାତ୍ୟା ପ୍ରଭାବରେ କିଛି ଟ୍ରେନକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ । ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା – ୦୮୪୧୭ ପୁରୀ-ଗୁଣୁପୁର ସ୍ପେଶାଲ ପୁରୀରୁ ଆଜି ବାତିଲ ହୋଇଛି । ୦୮୫୨୮ ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୨୭ ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ରାୟପୁରରୁ, ୦୮୫୨୨ ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୨୧ ଗୁଣୁପୁର-ବିଶାଖାପାଟନମ୍ ସ୍ପେଶାଲ୍ ଗୁଣୁପୁରରୁ, ୦୮୪୬୬ ପୁରୀ-ଶାଲୀମାର ସ୍ପେଶାଲ୍ ପୁରୀରୁ, ୦୮୪୬୫ ଶାଲୀମାର-ପୁରୀ ସ୍ପେଶାଲ୍ ଶାଲିମାରରୁ, ୦୮୫୧୬ ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୧୫ କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରାଣ୍ଡୁଲରୁ ଆଜି ପାଇଁ ଜଗଦଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ବାତିଲ୍ ହୋଇଛି । ସେହିପରି ୦୮୪୧୮ ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁରରୁ ଆସନ୍ତାକାଲି ପାଇଁ ବାତିଲ ହୋଇଛି । ଏହାଛଡା ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଅନ୍ତର୍ଗତ ବିଶାଖାପାଟନମ୍-ବିଜୟନଗରମ-ରାୟଗଡା ରେଳ ବିଭାଗ ମଧ୍ୟରେ ରେଳ ଟ୍ରାକ୍ ଉପରେ ଜଳ ପ୍ରବାହ କରିବା ଏବଂ ଜମି ରହିବା ଦୃଷ୍ଟିରୁ ଆଉ କିଛି ଟ୍ରେନକୁ ଆଜି ମଧ୍ୟ ବାତିଲ କରାଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା – ୦୮୫୦୮ ବିଶାଖାପାଟନମ୍-ରାୟଗଡା ସ୍ପେଶାଲ୍ ବିଶାଖାପାଟନମରୁ, ୦୮୧୦୭ ରାଉରକେଲା-ଜଗଦଲପୁର ସ୍ପେଶାଲ୍ ରାଉରକେଲା ଠାରୁ, ୦୮୫୦୭ ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରାୟାଗଡା ଠାରୁ, ୦୮୧୦୮ ଜଗଦଲପୁର-ରାଉରକେଲା ସ୍ପେଶାଲ୍ ଜଗଦଲପୁରରୁ, ୦୮୫୧୮ ବିଶାଖାପାଟନମ୍-କୋରବା ସ୍ପେଶାଲ୍ ବିଶାଖାପାଟନମରୁ, ୦୮୫୧୭ କୋରବା-ବିଶାଖାପାଟନମ୍ ସ୍ପେଶାଲ୍ କୋରବା ଠାରୁ, ୦୮୪୪୫ ଭୁବନେଶ୍ବର-ଜଗଦଲପୁର ସ୍ପେଶାଲ୍ ଭୁବନେଶ୍ବରରୁ, ୦୨୦୯୭ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ପେଶାଲ ଭୁବନେଶ୍ବରରୁ ବାତି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୦୮୪୪୬ ଜଗଦଲପୁର-ଭୁବନେଶ୍ବର ସ୍ପେଶାଲ୍ ଜଗଦଲପୁରରୁ ଓ ୦୨୦୯୮ ଜୁନାଗଡ଼ ରୋଡ଼-ଭୁବନେଶ୍ବର ସ୍ପେଶାଲ୍ ଜୁନାଗଡ଼ ରୋଡ଼ ଠାରୁ ବାତିଲ ହୋଇଛି ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!