ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଥମରୁ ବାଦ ବିବାଦ ଲାଗି ରହିଥିବା ବେଳେ ମହୋତ୍ସବ ଜିଲ୍ଲାବାସୀଙ୍କ ଉତ୍କଣ୍ଠାକୁ ପ୍ରଶମିତ କରି ପାରିନାହଁ । ଗୁରୁବାର ତୃତୀୟ ସଂନ୍ଧ୍ୟା ବେଶ ଆକର୍ଷୀଣୟ ହୋଇଥିବା ବେଳେ ଅନେକ ଗହଳୀ ଲାଗି ରହିଥିଲା । ଆଜିଠାରୁ ମହୋତ୍ସବ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ରାଷ୍ଟ୍ରିୟ ଶୋକ ଘୋଷଣା ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ମହୋତ୍ସବରେ ବ୍ୟବସାୟୀମାନେ ବ୍ୟାପକ କ୍ଷତି ସହିବାର ସମ୍ଭାବନା ରହିଛି । ଜିଲ୍ଲା ମହୋତ୍ସବରେ ଷ୍ଟଲ ଗୁଡ଼ିକ ଖୋଲା ରହିବ । ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳ ୨୬ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରିୟ ଶୋକ ପାଳନ ପାଇଁ ସମସ୍ତ ସରକାରୀ ଷ୍ଟେଜ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ମିଳିଛି ।





