Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କପିଳାସ ଚିଡ଼ିଆଖାନା କି ସାଇନ୍ସ ପାର୍କ ଗଲେ ଦେବାକୁ ପଡ଼ିବନି ଟୋଲ୍ ଫି

by ସଞ୍ଜୟ ସ୍ୱାଇଁ
May 16, 2025
in State
କପିଳାସ ଚିଡ଼ିଆଖାନା କି ସାଇନ୍ସ ପାର୍କ ଗଲେ ଦେବାକୁ ପଡ଼ିବନି ଟୋଲ୍ ଫି
25
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): କପିଳାସ ପୀଠକୁ ଯିବାକୁ ପୂର୍ତ୍ତ ବିଭାଗ ରାସ୍ତାରେ ରହିଥିବା ଟୋଲ୍ଗେଟ୍ ସ୍ଥାନାନ୍ତର ହେବ । ଟୋଲ୍ଗେଟ୍ଟି ମୁଖ୍ୟରାସ୍ତାରୁ ଉଚ୍ଛେଦ ହୋଇ କପିଳାସ ବାରବାଙ୍କ ରାସ୍ତାର ପ୍ରଥମ ବାଙ୍କ ନିକଟରେ ଥିବା ସନ୍ତୋଷୀ ମା’ ମନ୍ଦିର ନିକଟକୁ ଉଠିଯିବ । ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ ତାରିଖ ସୁଦ୍ଧା ଟୋଲ୍ଗେଟ୍ ସ୍ଥାନାନ୍ତର ପାଇଁ ନିଲାମଧାରୀଙ୍କୁ ନୋଟିସ୍ ଦିଆଯାଇଛି । ଟୋଲ୍ଗେଟ୍ଟି ପୂର୍ତ୍ତ ବିଭାଗ ରାସ୍ତାରୁ ଉଚ୍ଛେଦ ହେଲେ ଏଣିକି ଆଉ କପିଳାସ ଚିଡ଼ିଆଖାନା କି କପିଳାସ ସାଇନ୍ସ ପାର୍କକୁ ପରିଦର୍ଶନ କରିବାକୁ ଯାଉଥିବା ଚାରିଚକିଆ ଯାନକୁ ଦେବାକୁ ପଡ଼ିବନି ଟୋଲ୍ ଅର୍ଥ । ରାଜ୍ୟର କୌଣସି ପୀଠରେ ଟୋଲ୍ଗେଟ୍ ନଥିବା ବେଳେ କପିଳାସ ରାସ୍ତାରେ ଟୋଲ୍ଗେଟ୍କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ରହିଥିଲା । ଏହାକୁ ନେଇ “ପ୍ରମେୟ’ରେ ବାରମ୍ବାର ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ଶେଷରେ ଦେବୋତ୍ତର ବିଭାଗ ଏହାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ପ୍ରସିଦ୍ଧ କପିଳାସ ପୀଠର ପ୍ରବେଶ ଦ୍ୱାର ପୂର୍ତ୍ତ ବିଭାଗ ରାସ୍ତାରେ ବର୍ଷ ବର୍ଷ ଧରି ଏହି ଟୋଲ୍ଗେଟ୍ ଚାଲିଆସିଛି । ଚାରିଚକିଆ ଯାନ ପାର୍କିଂ ନାମରେ ଦେବୋତ୍ତର ବିଭାଗ ଏହାକୁ ନିଲାମ ଦେଉଛି । ଏଠାରୁ ଆୟ ହେଉଥିବା ଅର୍ଥ ଶ୍ରୀଚନ୍ଦ୍ରଶେଖରଙ୍କ ସେବାକାର୍ଯ୍ୟରେ ବିନିଯୋଗ ହୋଇଥାଏ । ଚଳିତବର୍ଷ ଦେବୋତ୍ତର ବିଭାଗ ଏହାକୁ ୨୩ ଲକ୍ଷ ଟଙ୍କାରେ ନିଲାମ ଦେଇଛି । ନିଲାମ ଅବଧି ୨୦୨୫ ଏପ୍ରିଲ୍ ୧ ତାରିଖଠାରୁ ୨୦୨୬ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି । ତେବେ ଏହି ଟୋଲ୍ଗେଟ୍କୁ ନେଇ ଅନେକ ସମୟରେ ବାଦବିବାଦ ଦେଖିବାକୁ ମିଳିଥାଏ । ଏହାକୁ ନେଇଥିବା ନିଲାମଧାରୀ ଚତୁରତାର ସହିତ ଅଧିକ ଅର୍ଥ ଲାଳସାରେ କପିଳାସ ଯିବା ପୂର୍ତ୍ତ ବିଭାଗ ରାସ୍ତାରେ ଗେଟ୍ ପକାଇ ଗାଡ଼ିଗୁଡ଼ିକଠାରୁ ପାର୍କିଂ ଫି ଓ ଟୋଲଗେଟ୍ ଫି ଆଦାୟ କରିବାରେ ଲାଗିଥିଲେ । ରାସ୍ତା ଉପରେ ବାଉଁଶ ଧଡ଼ା ପକାଇ ଜୋର୍ଜବରଦସ୍ତ ଯାତ୍ରୀମାନଙ୍କଠାରୁ ଟଙ୍କା ଅସୁଲ ହେଉଥିଲା । କପିଳାସ ପୀଠକୁ ଯାଉନଥିବା ଯାତ୍ରୀ ଯେଉଁମାନେ କି କପିଳାସ ଚଡ଼ିଆଖାନା ଓ ସାଇନ୍ସ ପାର୍କ ପରିଦର୍ଶନରେ ଯାଉଥିଲେ ସେମାନଙ୍କୁ ଟୋଲ୍ଗେଟ୍ରେ ଅଟକାଇ ଚାନ୍ଦା ଅସୁଲ କରୁଥିଲେ । ଗାଡ଼ି ଦେଖି ମନଇଚ୍ଛା ଟୋଲ୍ ଅର୍ଥ ଆଦାୟ କରାଯାଉଥିଲା । ପ୍ରତିବାଦ କଲେ ବିଭିନ୍ନ ଧମକଚମକ ଓ ଯୁକ୍ତିତର୍କ ମଧ୍ୟ ହେଉଥିଲା । ଏପରିକି ବାଇକ୍କୁ ମଧ୍ୟ ଛଡ଼ା ଯାଉନଥିଲା । ଅଭିଯୋଗ ଓ ପ୍ରତିବାଦ ପରେ ବାଇକ୍କୁ ବାଦ୍ ଦେଇ ଅନ୍ୟ ଗାଡ଼ିଗୁଡ଼ିକଠାରୁ ଅର୍ଥ ଆଦାୟ ହେଉଥିଲା । କାଉଡି଼ଯାତ୍ରା, ଜାଗର ଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା ଭଳି ବିଶେଷ ପର୍ବପର୍ବାଣୀ ସମୟରେ ଟୋଲଗେଟ୍କୁ ଆହୁରି ୫୦୦ ମିଟର ପଛ ପାନ୍ଥନିବାସ ନିକଟକୁ ଅଣାଯାଇ ଅର୍ଥ ଆଦାୟ କରାଯାଉଥିଲା । ଏହାକୁ ନେଇ ସବୁବେଳେ ବାଦବିବାଦ ଲାଗି ରହିଥିଲା । କେଉଁ ପର୍ଯ୍ୟଟନସ୍ଥଳୀରେ ଟୋଲ୍ ଗେଟ୍ ନଥିବାବେଳେ କପିଳାସ ଟୋଲ୍ଗେଟ୍କୁ ନେଇ ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀ ନକରାତ୍ମକ ଟିପ୍ପଣି ଦେଉଥିଲେ । ଆଦାୟ ରସିଦ୍କୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଥିଲେ । ଏହା କପିଳାସ ପୀଠର ଗାରିମାକୁ କ୍ଷତି ପହଞ୍ଚାଉଥିଲା । ଏ ସମ୍ପର୍କରେ “ପ୍ରମେୟ’ ଏପ୍ରିଲ୍ ୩ ତାରିଖ ସଂସ୍କରଣରେ “ଉଚ୍ଛେଦ ହେଉନି କପିଳାସ ଟୋଲଗେଟ୍’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା । ଯାହାକୁ ନେଇ କପିଳାସ ସୁରକ୍ଷା ପରିଷଦର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ଦେବୋତ୍ତର କମିଶନର, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ । ଶେଷରେ ଦେବୋତ୍ତର ବିଭାଗ ଟୋଲଗେଟ୍କୁ ୧୭ ତାରିଖ ସୁଦ୍ଧା ସ୍ଥାନାନ୍ତର ନେଇ ନିଲାମଧାରୀଙ୍କୁ ନୋଟିସ୍ କରିଛି । କପିଳାସ ତଳେ ଥିବା ସନ୍ତୋଷୀ ମା’ଙ୍କ ମନ୍ଦିର ନିକଟକୁ ଏହି ଗେଟ୍ ସ୍ଥାନାନ୍ତର ପାଇଁ କୁହାଯାଇଛି । ଏ ନେଇ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ଟୋଲଗେଟ୍କୁ ନେଇ ବିଭିନ୍ନସ୍ତରରେ ଅଭିଯୋଗ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି । ନୋଟିସ୍ ପାଇବା ପରେ ନିଲାମଧାରୀ କ୍ଷତି ସହିବା ଆଶଙ୍କା କରି ଆଜି ଜିଲ୍ଲା କାର୍ଯ୍ୟାଳୟକୁ ଆସିଥିଲେ । କ୍ଷତି ହେଲେ ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି କୁହାଯାଇଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!