ନୟାଗଡ଼,(ବାଘୁଆବାର୍ତ୍ତା): ଆସନ୍ତା ୨୮ ତାରିଖ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସାଧାରଣ ସଭା ଆୟୋଜନ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ । ସମ୍ପାଦକ ସାଧାରଣ ସଭା ଆୟୋଜନ ନେଇ କରିଥିବା ନୋଟିସକୁ ଅବୈଧ ଘୋଷଣା କରିବା ସହ ରାଜ୍ୟ ସମବାୟ ନିବନ୍ଧକ ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ମାଗିଥିବା କ୍ଲାରିଫିକେସନ୍ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଆଜି ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାକୁ ବାତିଲ କରି ଦେଇଛନ୍ତି । ପ୍ୟାକ୍ସ ସଭାପତି ସଂଘ ଏବଂ ବ୍ୟାଙ୍କ ପରିଚାଳନା ପରିଷଦର ଏହା ବଡ଼ ବିଜୟ ବୋଲି କୁହାଯାଉଛି । ପ୍ୟାକ୍ସ ସଭାପତି ସଂଘ ଏବଂ ବ୍ୟାଙ୍କ ପରିଚାଳନା ପରିଷଦ ସମ୍ପାଦକଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ସାଧାରଣ ସଭାକୁ ବିରୋଧ କରୁଥିଲେ । ଅନ୍ୟପକ୍ଷେ, ସାଧାରଣ ସଭା ବାତିଲ କରାଯିବା ପରେ ଏବେ ବଡ଼ ଦ୍ୱନ୍ଦ ସୃଷ୍ଟି ହୋଇଛି । ସାଧାରଣ ସଭାରେ ବଜେଟ ଅନୁମୋଦନ କରାଯିବାର ଆବଶ୍ୟକ ଥିଲା । ମାର୍ଚ୍ଚ ମାସରେ ବଜେଟ ଅନୁମୋଦନ ନହେଲେ ବ୍ୟାଙ୍କ କର୍ମଚାରୀମାନଙ୍କ ଦରମା ମିଳିବା ସମ୍ଭାବନ କ୍ଷୀଣ ବୋଲି ଜଣାପଡ଼ିଛି ।





