ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟ କ୍ୟାବିନେଟର ବୈଠକରେ ଆଜି ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏହି ନିଷ୍ପତ୍ତି ହେଉଛି ଐତିହାସିକ ନିଷ୍ପତ୍ତି। ଠିକା କର୍ମଚାରୀଙ୍କ ବାବଦରେ ଗୁରୁତ୍ବ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ଠିକା କର୍ମଚାରୀ କୁହାଯିବ ନାହିଁ ବରଂ ସେମାନଙ୍କୁ ପ୍ରାଥମିକ ନିଯୁକ୍ତ ବା କର୍ମଚାରୀ ଇନିସିଆଲ ଆପଏଣ୍ଟି କୁହାଯିବ ଏବଂ ସେମାନଙ୍କୁ ପ୍ରଥମ ବର୍ଷରୁ ଯେତିକି ଦରମା ମିଳୁଥିଲା ତାର ୫୦ ପ୍ରତିଶତ ଅଧିକ ଦରମା ମିଳିବ। ୨ ଲକ୍ଷ ୮ ହଜାର ଠିକା କର୍ମଚାରୀ ଉପକୃତ ହେବେ । ୬ ବର୍ଷ ପରେ ସେମାନଙ୍କର ଚାକିରି ନିୟମିତ ଭାବେ ଗଣାଯିବ। ଏହି ସମୟରେ ସେମାନେ ମେଡିକାଲ ସୁବିଧା ମଧ୍ୟ ପାଇବେ। ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ବ୍ୟୟ ବହନ କରିବେ। ସେହିପରି ପିଇବା ପାଣି ନେଇ ଦ୍ବିତୀୟ ନିଷ୍ପତ୍ତି ନିଆଯଇଛି। ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୧୨ଲକ୍ଷ ପରିବାରକୁ ପିଇବା ପାଣି ଯୋଗାଇବା ଲାଗି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୧୨ ଶହ ୮୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୫ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପଞ୍ଚାୟତିରାଜ, ଅର୍ଥ, ରାଜସ୍ବ, ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ଆସିଥିଲା।






