ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକରେ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ ସହ ଅମାନିଆ ଦୋକାନୀଙ୍କୁ ସାବାଡ କରାଯାଉଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାରରେ ଏକ ଦୋକାନକୁ କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୨୦ ହଜାର ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି । ସୂଚନାନୁସାରେ, ନକୁଳ ଦାସ ନାମକ ବ୍ୟକ୍ତି କୋଭିଡ ନିୟମ ଉଲଂଘନ କରି ଦିନ ୧୨ ଟା ପରେ ଦୋକାନ ଖୋଲା ରଖିଥିଲେ । ପୋଲିସ ଯାଞ୍ଚ ସମୟରେ ପୋଲିସ ହାବୁଡରେ ସେ ପଡିଥିଲେ । ଯାହାକୁ ନେଇ ପୋଲିସ ଦୋକାନୀଙ୍କୁ ୨୦ ହଜାର ଟଙ୍କା ଫାଇନ ସହ ୨ ଦିନ ଦୋକାନକୁ ସିଲ କରିଛି । ଏସପି ଚରଣ ସିଂ ମିନାଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ଅଧିକାରୀ ଦୋକାନୀଙ୍କ ଠାରୁ ଫାଇନ ସହ ୨ ଦିନ ଦୋକାନକୁ ସିଜ କରିଛନ୍ତି ।






