ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ୨ୟ ପର୍ଯ୍ୟାୟ ଲକଡାଉନ । ଏଥିରେ ୬ ଘଣ୍ଟା ପରିବର୍ତ୍ତେ ୪ ଘଣ୍ଟା କଟକଣା କୋହଳ କରାଯାଇଛି । ଲୋକମାନେ ସକାଳ ୭ଟାରୁ ୧୧ଟା ଭିତରେ ଯାଇ ସାମଗ୍ରୀ କିଣି ପାରିବେ । ତେବେ ଦୋକାନ ବଜାରକୁ ଯିବା ବେଳେ ଚାଲି ଚାଲି ଯିବାକୁ କୁହାଯାଇଛି । ଗାଡି ମୋଟର ନେଇ ମାର୍କେଟ ଯାଇପାରିବେନି । କିନ୍ତୁ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି । ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ଭୁବନେଶ୍ୱରର ବିଭିନ୍ନ ହାଟ ଓ ମାଛ ମାର୍କେଟରେ ଚଢ଼ାଉ କରିଛି । ୪ ନଂ ମାଛ ମାର୍କେଟ ଓ ହାଟରେ ଖୋଦ ଡିସିପି ଉମାଶଙ୍କର ଦାସ ବୁଲିଥିଲେ । ଗାଡି ନେଇ ହାଟ ଓ ମାଛ ମାର୍କେଟକୁ ଆସିଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରାଯାଇଥିଲା । ଭିଡ ହେଉଥିବା ସ୍ଥାନରେ ବ୍ୟବସାୟୀ ଓ ଲୋକଙ୍କ ତାଗିଦ କରିଥିଲେ । ତେବେ ବାରମ୍ବାର ସଚେତନ କରାଯିବା ଦ୍ୱାରା ଲୋକମାନେ ସଚେତନ ହେଉ ନାହାନ୍ତି ।






