କେନ୍ଦୁଝର,(ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍ । ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିବା ବେଳେ ସେମାନେ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହୋଉଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଯୋଡା ଅଞ୍ଚଳରୁ ଚମ୍ପୁଆ ଅଭିମୁଖେ ଯାଉଥିବା ଘରୋଇ ବସ୍ ସତ୍ୟଭାମା ଭାରସାମ୍ୟ ହରାଇ ୨୦ନଂ ଜାତୀୟ ରାଜପଥର କାଳିକା ପ୍ରସାଦ ଅ ଳରେ ଓଲଟି ପଡିଥିଲା । ବସରେ ୪୦ରୁ ଉର୍ଦ୍ଧ ଯାତ୍ରୀ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇ ନିକଟସ୍ଥ ଚମ୍ପୁଆ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।





