ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ସୁରାଟରୁ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଓଡ଼ିଆ ବସ ଫୁଲବାଣୀ ଜିଲ୍ଲା କଳିଙ୍ଗା ଘାଟିରେ ଓଲଟି ପଡ଼ିଥିବା ସୂଚନା ମିଳିଛି । ବସ୍ରେ ୪୦ ଜଣ ଯାତ୍ରୀ ରହିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଉଦ୍ଧାର ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ମୃତାହତଙ୍କ ସଂମ୍ପର୍କରେ ସୂଚନା ମିଳିନଥିବା ବେଳେ ଏଥିରେ ଏକାଧିକ ଆହାତ ଘଟିଥିବା ଅନୁମାନ କରାଯାଉଛି । ଘାଟିର ଅନ୍ଧାରକୋଟ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।






