ଭୁବନେଶ୍ୱର (ବାଘୁଆବାର୍ତ୍ତା): ବୁଧବାରଠୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ରାଜ୍ୟ ସରକାର ଲକଡାଉନ ଗାଇଡଲାଇନରେ ଏନେଇ ସୂଚନା ଦେଇଛନ୍ତି । ଅର୍ଥାତ ସମସ୍ତ ବସ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ଜାରି କରିଛନ୍ତି ଗାଇଡଲାଇନ । ଏହି ଗାଇଡଲାଇନ ଅନୁସାରେ, ବୁଧବାର ବା ଆସନ୍ତା ୫ ତାରିଖରୁ ସମସ୍ତ ବସ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନାନୁସାରେ, ଲକଡାଉନ ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଳିନିକ, ନର୍ସିଂ ହୋମ, ମେଡିସିନ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଲକଡାଉନ ପାଇଁ ପୁଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ଜୋରଦାର ଚେକିଂ ଓ ବ୍ଳକିଂ କରାଯିବ । ଟ୍ୱିନସିଟିରେ ପେଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।






