ନୟାଗଡ଼, (ବାଘୁଆବାର୍ତ୍ତା): ସିନ୍ଦୁରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟ ସର୍କିଟ ଲାଗି ଏଭଳି ଅଗ୍ନିକାଣ୍ଡ ହୋଇଛି ବୋଲି ଜଣାପଡ଼ିଛି । ସିନ୍ଦୁରିଆ କବରସ୍ତାନସାହି (ମୁଣ୍ଡିଆସାହି)ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଲାଗି ତିନି ବଖରା ଘର, ଦୁଇଗୋଟି ଗାଈ, ଛେଳି ଓ କୁକୁଡ଼ା ଆଦି ପୋଡ଼ି ହୋଇଥିବା ଜଣାପଡ଼ିଛି । ଏଥି ସହିତ ୨୦,୦୦୦/- ଟଙ୍କା ଅଗ୍ନିକାଣ୍ଡରେ ପୋଡ଼ି ଯାଇଛି । ଉକ୍ତ ସାହିର ରୁଷ୍ମା ବେଗମ ଅଗ୍ନିକାଣ୍ଡରେ ଆହତ ହୋଇ ନୟାଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଗ୍ନି ବିଭାଗ ସଠିକ ସମୟରେ ପହଞ୍ଚି ଯାଇଥିବାରୁ ବେଗମଙ୍କ ଜୀବନ ବଞ୍ଚିଯାଇଛନ୍ତି ।






