Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉଧାର ଟଙ୍କା ଫେରାଇବା ପାଇଁ ଘରୁ ଦୂରକୁ ଡାକିନେଲେ ଅଭିଯୁକ୍ତ, ପେଟ୍ରୋଲ ପକାଇ ଜାଳିଦେଲେ

by ସଞ୍ଜୟ ସ୍ୱାଇଁ
November 16, 2023
in Crime, State
ଉଧାର ଟଙ୍କା ଫେରାଇବା ପାଇଁ ଘରୁ ଦୂରକୁ ଡାକିନେଲେ ଅଭିଯୁକ୍ତ, ପେଟ୍ରୋଲ ପକାଇ ଜାଳିଦେଲେ
79
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ଉଧାର ନେଇଥିବା ଟଙ୍କା ଫେରାଇବା ପାଇଁ ଘରୁ ଦୂରକୁ ଡାକିନେଲେ। ମାତ୍ର ଟଙ୍କା ତ ଫେରାଇଲେ ନାହିଁ, ବରଂ ଦେହରେ ପେଟ୍ରୋଲ ପକାଇ ଲଗାଇ ଦେଲେ ନିଆଁ। ବ୍ୟକ୍ତିଜଣକ ନିଆଁରେ ପୋଡ଼ି ଛଟପଟ ହେଉଥିବା ବେଳେ ଫେରାର ହୋଇଗଲେ ଅଭିଯୁକ୍ତ। ଏପରି ଏକ ଅଘଟଣ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଘଟିଛି। ଗୁରୁତର ବ୍ୟକ୍ତିଜଣକ ହେଲେ ଅଞ୍ଜନ ପାଢ଼ୀ । ସହରର କଶାକେନ୍ଦୁ ଛକ ନିକଟରେ ଏକ ଘର ଭଡ଼ା ନେଇ ଅଞ୍ଜନ ପାଢ଼ୀ ରହନ୍ତି। ସେ ପ୍ରାୟ ୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କୁ ଉଧାର ଦେଇଥିଲେ। ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନ ଥିଲେ । ତେବେ ଗତକାଲି ଟଙ୍କା ଫେରସ୍ତ କରିବା ପାଇଁ ଅଞ୍ଜନଙ୍କୁ ଉକ୍ତ ବ୍ୟକ୍ତିଜଣକ କହିଥିଲେ। ଏଥିନିମନ୍ତେ ସେ ତାଙ୍କୁ ଖରିଆର ରାସ୍ତାର ନିଛାଟିଆ ଜନ ଶୂନ୍ୟ ସ୍ଥାନ ଆଡକୁ ଡ଼ାକି ନେଇଥିଲେ। ମାତ୍ର ଟଙ୍କା ଫେରସ୍ତ କରିବା ବଦଳରେ ସେ ପେଟ୍ରୋଲ ଢାଳି ଅଞ୍ଜନଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ମୁମୂର୍ଷୁ ଅବସ୍ଥାରେ ଅଞ୍ଜନଙ୍କୁ ସ୍ଥାନୀୟ ଲୋକ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ଅଞ୍ଜନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଉଧାର ଟଙ୍କାକୁ ନେଇ ଯୁବକଜଣକ ତାଙ୍କୁ ନିଆଁ ଲଗାଇ ଦେଇଥିବା ଅଞ୍ଜନ କହିଛନ୍ତି। । ଏନେଇ ଟାଉନ୍ ଥାନାରେ କୌଣସି ଏତଲା ଦିଆଯାଇ ନ ଥିବା ବେଳେ ଅଭିଯୁକ୍ତର ପରିଚୟ ମିଳି ପାରିନି। ତେବେ ଜଣଙ୍କ ଦ୍ୱାରା ଏପରି ଜଣକୁ ନିଆଁ ଲଗାଇବା ସମ୍ଭବପର ବୋଲି ବିଶ୍ୱାସ ହେଉନି। ଏଥିରେ ଆଉ କିଛି ଲୋକ ବି ସାମିଲ ଥିବା ଅନୁମାନ କରାଯାଉଛି। ହେଲେ ଏହି ଘଟଣାର ରହସ୍ୟ ଉପରୁ ପରଦା ହଟିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!