Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତେଜସ୍ ଏକ୍ସପ୍ରେସରେ ନିଆଁ

by ସଞ୍ଜୟ ସ୍ୱାଇଁ
June 4, 2025
in State
ତେଜସ୍ ଏକ୍ସପ୍ରେସରେ ନିଆଁ
17
VIEWS
Share on FacebookShare on Twitter

ବସ୍ତା, (ବାଘୁଆବାର୍ତ୍ତା): ରେଳ ବିଭାଗରେ ପଡ଼ିଛି ଶନିଦଶା। ଭୁଲ ସିଗ୍ନାଲରୁ ବାହାନଗା ଭଳି ଟ୍ରେନ୍ ଦୁର୍ଘଟଣା ପରେ ଏକ ବର୍ଷ ଭିତରେ ବାରମ୍ବାର କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା, ରୂପସା ଓ ଅମର୍ଦ୍ଦାରୋଡ ଷ୍ଟେସନରେ ଘଟିଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍ ନମ୍ବର ୨୨୮୧୧ ‘ତେଜସ୍ ଏକ୍ସପ୍ରେସ୍’ ନିଆଁ ଲାଗିବା ଭଳି ଘଟଣା ଦେଖିବାକୁ ମିଳିଛି, ଯେଉଁଥି ପାଇଁ ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସ ମୁନରେ ଏହି ଟ୍ରେନ ଦୀର୍ଘ ଦେଢ଼ ଘଣ୍ଟା ଅଟକି ଥିବା ଦେଖିବାକୁ ମିଳିଛି। ଅବଶ୍ୟ ଏହି ଘଟଣା ମନୁଷ୍ୟ କୃତ୍ ହୋଇନଥବା ବେଳେ ପ୍ରାକୃତିକ ବିପର୍ଯ୍ୟୟରୁ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଲାଇନ ପାଖରେ ଥିବା କୌଣସି ବ୍ୟକ୍ତିଙ୍କ ନଡ଼ିଆ ଗଛରୁ ନଡ଼ିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡ଼ିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା ଜଳିବାକୁ ଲାଗି ଥିଲା। ସୂଚନା ଅନୁସାରେ ଆଜି ଭୁବନେଶ୍ଵରରୁ ଏହି ଟ୍ରେନ୍ ସକାଳ ୧୦ ଘଟିକା ୩୬ ମିନିଟରେ ଛାଡ଼ି ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ବାଲେଶ୍ୱର ଷ୍ଟେସନରେ ମଧ୍ୟାହ୍ନ ଗୋଟାଏ ଛତିଶରେ ପହଞ୍ଚି ପୁଣି ଗୋଟାଏ ସଇଁ ତିରିଶ ସମୟରେ ଆଗକୁ ବଢ଼ିଥିଲା। ଟ୍ରେନଟି ଦୁଇଟା ଚାରି ମିନିଟ ବେଳେ ବସ୍ତା ଷ୍ଟେସନ୍ ପହଞ୍ଚିବାକୁ କିଛି ମିନିଟ ପୂର୍ବରୁ ଏହି ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହୋଇଥିଲା। ଫଳରେ ଟ୍ରେନ ଲାଇନ ପାଖରେ ଥିବା କୌଣସି ବ୍ୟକ୍ତିଙ୍କ ନଡ଼ିଆ ଗଛରୁ ନଡିଆ ବାହୁଙ୍ଗା ଖସି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା ଜଳିବାକୁ ଲାଗି ଥିଲା। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଟ୍ରେନ ଲୋକ ପାଇଲଟ ବସ୍ତା ଷ୍ଟେସନରେ ଦୁଇଟା ଚାରିମିନିଟ ବେଳେ ଅଟକାଇ ଥିଲେ। ଏଣେ ଟ୍ରେନ୍ରେ ନିଆଁ ଲାଗିଥିବା ଖବର ଜାଣିବାକୁ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏମିତି ବଡ଼ ଘଟଣା ହୋଇ ନଥିବା ଓ ସାମାନ୍ୟ ଯାଞ୍ଚ ପରେ ଟ୍ରେନ ପୁଣି ଛାଡ଼ିବ ଘୋଷଣା କରାଯାଇଥିଲା। ନିଆଁରେ ଜଳିଯାଇଥିବା ନଡ଼ିଆ ବାହୁଙ୍ଗା ସଫା କରିବା ପାଇଁ ରୂପସା ଷ୍ଟେସନ୍ରୁ ଟାୱାର ଗାଡ଼ି ଡକାଇ ଟ୍ରେନ ଇଞ୍ଜିନରେ ଥିବା ନଡ଼ିଆ ବାହୁଙ୍ଗାକୁ ସଫା ସହିତ ଟ୍ରେନ ସମସ୍ତ ସୁରକ୍ଷାଯାଞ୍ଚ କରାଯାଇଥିଲା। ପରେ ଟ୍ରେନଟି ଏକାଘଣ୍ଟା ଛତିଶ ମିନିଟ ଯଥା ତିନି ଘଣ୍ଟା ଚାଳିଶ ମିନିଟରେ ପୁଣି ବସ୍ତା ଷ୍ଟେସନ୍ ଛାଡିଥିବା ଦେଖିବାକୁ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!