ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଜଳାଇପଲ୍ଲୀ ଗ୍ରା.ପ ବଧିସାହିରେ ଅଗ୍ନିକାଣ୍ଡ ଘଟି ଅକ୍ରୁର ବେହେରାଙ୍କ ୨ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡିଯାଇଛି । ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କ୍ଷୟକ୍ଷତିର ସଠିକ ଆକଳନ ଜଣା ନପଡିଥିଲେ ସୁଦ୍ଧା ଅକ୍ରୁରଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ତାଙ୍କୁ ପ୍ରଶାସନ ତରଫରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।






