Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୁମ୍ରା ହେଲେ ବିଶ୍ୱର ୧ନଂ ଟେଷ୍ଟ ବୋଲର୍‌

by ସଞ୍ଜୟ ସ୍ୱାଇଁ
February 7, 2024
in NATIONAL NEWS, Sports
ବୁମ୍ରା ହେଲେ ବିଶ୍ୱର ୧ନଂ ଟେଷ୍ଟ ବୋଲର୍‌
90
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ପାଇଁ ରେକର୍ଡ କରିଛନ୍ତି ଯଶପ୍ରୀତ ବୁମ୍ରା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମ୍ୟାଚ୍‌ ୱିନଂ ସ୍ପେଲ ପକାଇ ସମସ୍ତଙ୍କୁ ଚକିତ କରିଥିବା ବୁମ୍ରା ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଭାରତର ପ୍ରଥମ ଦ୍ରୁତ ବୋଲର ଯିଏ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ବୁମ୍ରାଙ୍କ ପୂର୍ବରୁ କୌଣସି ଭାରତୀୟ ଦ୍ରୁତ ବୋଲର ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଶପ୍ରୀତ ବୁମ୍ରା ଟିମ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧ନଂ ସ୍ଥାନରୁ ହଟାଇ ଶୀର୍ଷରେ ପହଞ୍ଚିଛନ୍ତି। ମାର୍ଚ୍ଚ ମାସରୁ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ କେବଳ ୩ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ତେଣୁ ସେ ରାଙ୍କିଙ୍ଗର ତୃତୀୟ ସ୍ଥାନକୁ ଖସିଛନ୍ତି। ବୁମ୍ରା ୩ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଇଛନ୍ତି। ବୁମ୍ରା ଏକଦା ଆଇସିସି ଟେଷ୍ଟ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ କେବେ ବି ଏହା ଉପରକୁ ଉଠି ପାରି ନଥିଲେ। ହେଲେ ଆଜି ବୁମ୍ରା ବିଶ୍ୱର ୧ନଂ ଟେଷ୍ଟ ବୋଲର ହେବାର ଗୌରବ ହାସଲ କରିଛନ୍ତି। ସେହିପରି ଭାରତର କୌଣସି ଦ୍ରୁତ ବୋଲର କେବେ ହେଲେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ନଥିଲେ। କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏକଦା ରାଙ୍କିଙ୍ଗର ୨ନଂ ସ୍ଥାନ ଦଖଲ କରିଥିଲେ। ୧୯୭୯ ମସିହା ଡିସେମ୍ବର ମାସରୁ ୧୯୮୦ ମସିହା ଫେବୃଆରୀ ଯାଏ ସେ ୨ନଂ ସ୍ଥାନରେ ହିଁ ରହିଥିଲେ। କେବେ ହେଲେ ୧ନଂକୁ ଯାଇ ପାରି ନଥିଲେ। ଜହିର ଖାନ ମଧ୍ୟ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୩ନଂରେ ପହଞ୍ଚିଥିଲେ। ୨୦୧୦ ଅକ୍ଟୋବର ମାସରୁ ନଭେମ୍ବର ମାସ ଯାଏ ସେ ଏହି ସ୍ଥାନରେ ରହିଥିଲେ। ହେଲେ ବୁମ୍ରା ପ୍ରଥମ ଭାରତୀୟ ଦ୍ରୁତ ବୋଲର ଯିଏ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ବିଶାଖାପଟନମ ଟେଷ୍ଟରେ ବୁମ୍ରା ଦୁଇଟି ଇନିଂସରେ ୯୧ ରନ ଦେଇ ୯ ୱିକେଟ ଦଖଲ କରିଥିଲେ। ଭାରତ ଉକ୍ତ ମ୍ୟାଚ୍‌କୁ ଜିତି ସିରିଜ ୧-୧ ସ୍ଥିତିକୁ ମଧ୍ୟ ଆଣିଛି। ନିଜର ସାଂଘାତିକ ବୋଲିଂ ପାଇଁ ବୁମ୍ରା ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। ଏଯାଏ ୩୪ଟି ଟେଷ୍ଟ ଖେଳିଥିବା ବୁମ୍ରା ୧୦ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି। ସେହିପରି ସେ ୧୫୦ ୱିକେଟ ଦଖଲ କରିବାରେ ଭାରତର ଦ୍ରୁତତମ ଦ୍ରୁତ ବୋଲର ହେବାର କୀର୍ତ୍ତିମାନ ହାସଲ କରିଛନ୍ତି। ବୋଲିଂ ରାଙ୍କିଙ୍ଗକୁ ଦେଖିଲେ ବୁମ୍ରା ୧ନଂରେ ରହିଥିବା ବେଳେ କାଗିସୋ ରବାଡା ୨ନଂରେ ଅଶ୍ୱିନ ୩ନଂରେ, ପ୍ୟାଟ କମିନ୍ସ ୪ନଂରେ ଓ ଜୋଶ ହେଜେଲଉଡ ୫ନଂରେ ରହିଛନ୍ତି। ଅନ୍ୟପକ୍ଷରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୦୯ ରନର ଇନିଂସ ଖେଳିଥିଲେ। ତାଙ୍କୁ ମଧ୍ୟ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ୩୭ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨୯ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡର ଓପନର ଜ୍ୟାକ କ୍ରାଉଲୀ ୮ଟି ସ୍ଥାନ ଉପରକୁ ଉଠି ୨୨ ନମ୍ବରରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ମାରିଥିବା କେନ ୱିଲିୟମସନ ପୂର୍ବଭଳି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!