Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଇନ୍‌ କାଟିଲେ, ପରେ ପୂର୍ବତନ କର୍ପୋରେଟରଙ୍କୁ ଗୁଳିମାଡ଼ କଲେ

by ସଞ୍ଜୟ ସ୍ୱାଇଁ
September 2, 2024
in Crime, NATIONAL NEWS
ଲାଇନ୍‌ କାଟିଲେ, ପରେ ପୂର୍ବତନ କର୍ପୋରେଟରଙ୍କୁ ଗୁଳିମାଡ଼ କଲେ
44
VIEWS
Share on FacebookShare on Twitter

ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): ବିଧାସଭା ନିର୍ବାଚନ ପୂର୍ବରୁ ଫୁଟିଲା ଗୁଳି। ପ୍ରଥମେ ଲାଇନ୍ କାଟିଲେ, ତା’ପରେ ଅଜିତ ପାଓ୍ୱାରର ଏନ୍‌ସିପିର ପୂର୍ବତନ କର୍ପୋରେଟଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ହତ୍ୟା କଲେ। ମହାରାଷ୍ଟ୍ରରେ ପୁଣେ ଘଟିଛି ଏଭଳି କିଛି ଘଟଣା। ପ୍ରାଣ ହରାଇଥିବା ଏନସିପିର ପୂର୍ବତନ କର୍ପୋରେଟର ହେଉଛନ୍ତି ବନରାଜ ଆମ୍ବେକର। ବନରାଜଙ୍କ ଉପରକୁ ପ୍ରଥମେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଏନ୍‌ସିପି ନେତାଙ୍କୁ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଏନସିପି ନେତାଙ୍କ ମୃତ୍ୟୁ ଘଟିଛି। ପୁଣେ ପୁଲିସ ଏହି ମାମଲା ଏଫ୍‌ଆଇଆର ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସର ସୂଚନାନୁସାରେ ପୁଣେର ନାନା ପେଠ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଛି। ଆକ୍ରମଣକାରୀମାନେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ବନରାଜଙ୍କ ଉପରକୁ ୫ରୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ତେବେ ଏହି ଆକ୍ରମଣ ପୂର୍ବରୁ ସେମାନେ ପୂରା ଅଞ୍ଚଳର ବିଦ୍ୟୁତ୍‌ କାଟ୍‌ କରିଥିଲେ। ଏହି ଆକ୍ରମଣରେ ଆହତ ହୋଇଥିବା ଆମ୍ବେକରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ନାନା ପେଠା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆକ୍ରମଣ ବେଳେ ବନରାଜ ନାନା ପେଠାର ଡୋକେ ତାଲିମ ଅଞ୍ଚଳରେ ଥିଲେ। ଘଟଣାର ସୂଚନା ମିଳିବା ପରେ ତୁରନ୍ତ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। କୁହାଯାଉଛି ଯେ ବନରାଜ ଆମ୍ବେକରଙ୍କୁ ହତ୍ୟା ପଛର କାରଣ ପୂର୍ବ ଶତ୍ରୁତା ଓ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତାକୁ ଥାଇପାରେ। ପୁଣେ ପୁଲିସ ଆକ୍ରମଣକାରୀଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି। ଏଥିପାଇଁ ଏକ ଦଳ ଗଠନ କରାଯାଇ ଭିନ୍ନ ଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!