ପୁରୀ, (ବାଘୁଆବାର୍ତ୍ତା): ପୁରୀ ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ସମୟରେ ସ୍ପିଡ୍ ବୋଟ୍ ଦୁର୍ଘଟଣା ନେଇ ବାରମ୍ବାର ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ପୁରୀ ଜିଲ୍ଲା ପ୍ରଶାସନ । ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିବା ସ୍କାଏ ଡ୍ରାଇଭ ଆଡଭେଞ୍ଜର ଆଣ୍ଡ ଓ୍ବାଟର ସ୍ପୋର୍ଟସ ସଂସ୍ଥା ଖୋଲିଥିବା ଟିକେଟ୍ କାଉଣ୍ଟର ଉପରେ ବୁଲିଲା ବୁଲଡୋଜର । ଲାଇଟ୍ ହାଉସ୍ ନିକଟ ରାସ୍ତା ଉପରେ ପଡିଥିବା ଦୁଇଟି କଣ୍ଟେନର ଉପରେ ବୁଲିଲା ବୁଲଡୋଜର । ପୌରପାଳିକା ଅଧିକାରୀଙ୍କ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ହେଲା କାଉଣ୍ଟର । ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ଚଳାଇଥିଲା ସମ୍ପୃକ୍ତ ସଂସ୍ଥା । ଗତ ଶନିବାର ସମୁଦ୍ରରେ ବେଆଇନ ଜଳକ୍ରୀଡ଼ା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ । ସମଗ୍ର ଘଟଣାର ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଥିଲେ । ପୁରୀ ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଘଟଣାକୁ ନେଇ ତଦନ୍ତ ଚାଲିଛି ।






