Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଣ୍ଡାଘାଟିରେ ପହଞ୍ଚିଲା ବୁଲେଟ ଆମ୍ବୁଲାନସ୍

by ସଞ୍ଜୟ ସ୍ୱାଇଁ
June 5, 2021
in State
ବଣ୍ଡାଘାଟିରେ ପହଞ୍ଚିଲା ବୁଲେଟ ଆମ୍ବୁଲାନସ୍
163
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳ ହେଉଛି ଖଇରପୁଟ ବ୍ଲକର ବଣ୍ଡାଘାଟି ଅଂଚଳ। ଦୀର୍ଘ ଦିନ ଧରି ଏହି ଅଂଚଳରେ ଆମ୍ବୁଲାନସ୍ ଯୋଗାଇ ଦେବା ନେଇ ଦାବି ହୋଇଆସୁଥିବା ବେଳେ ପ୍ରଶାସନ ତରଫରୁ ଏକ ବୁଲେଟ ଆମ୍ବୁଲାନସ୍ ପ୍ରଦାନ କରାଯାଇଛି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମ ମଧ୍ୟରେ କିଛି ଗ୍ରାମକୁ ଛାଡି ଦେଲେ ଅନ୍ୟ ଗ୍ରାମକୁ ଯିବାକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ।ପୁଣି ଏହି ଅଂଚଳ ଘାଟିରେ ପରିପୂର୍ଣ୍ଣ।୧୦୮ ଆମ୍ବୁଲାନସ୍ ହେଉ ବା ୧୦୨ ଆମ୍ବୁଲାନସ୍ ଏଠାରେ ଚଳପ୍ରଚଳ କରିବା ଏକ ପ୍ରକାର ଅସମ୍ଭବ। ତେଣୁ ଘାଟି ରାସ୍ତା ଉଠିବା ଏବଂ କଚ୍ଚା ରାସ୍ତାରେ ଗାଁ ଗାଁ ବୁଲିବା ପାଇଁ ବୁଲେଟ ଆମ୍ବୁଲାନସ୍ ହିଁ ଏକ ମାତ୍ର ଜରିଆ।ବଣ୍ଡାଘାଟିରେ ରହିଥିବା ଗ୍ରାମଗୁଡିକରେ ଲୋକେ ବିଭିନ୍ନ ଅଜଣା ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ।ନିଜର ପାରଂପାରିକ ପଦ୍ଧତିରେ ଏମାନେ ନିଜେ ଚେରମୂଳୀ ଔଷଧ ଖାଇ ରୋଗ ଭଲ କରିବାକୁ ଚେଷ୍ଟା କରିଥାନ୍ତି।ତେବେ ଏବେ କରୋନା ଭଳି ମହାମାରୀ ରୋଗ ସମସ୍ତଙ୍କୁ ଘାଇଲା କରିଥିବା ବେଳେ ଚେରମୂଳୀ ଔଷଧ ଏଥିପାଇଁ କୌଣସି କାମ କରିବ ନାହିଁ ବୋଲି କୁହାଯାଇଛି। ତେଣୁ ଏହି ଆଦିମ ଜନଜାତିଙ୍କୁ ବିଭିନ୍ନ ରୋଗ ସଂପର୍କରେ ସଚେତନ କରାିବା ସହ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କି କି ପଦକ୍ଷେପ ଗ୍ରହଣ କରିବେ ସେନେଇ ବୁଝାଇବା ଅତି ଜରୁରୀ ହୋଇପଡିଛି। ବଣ୍ଡାଘାଟିରେ ପ୍ରଶାସନ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ,ବଣ୍ଡା ଉନ୍ନୟନ ସମିତି ସହ କିଛି ସଂଘ ମଧ୍ୟ କାମ କରୁଛି। ତେବେ ଏସବୁ କେବଳ କାଗଜ ପତ୍ରରେ ସୀମିତ ହୋଇ ରହିଯାଉଛି।ବଣ୍ଡାଘାଟିରେ ଗୁରୁତରରୁ ଅତି ଗୁରୁତର ରୋଗୀଙ୍କୁ ଡାକ୍ତର ନେବା ପାଇଁ କୌଣସି ମାଧ୍ୟମ ନଥିବା ବେଳେ ଆମ୍ବୁଲାନସ୍ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।ଏହି ବୁଲେଟ ଆମ୍ବୁଲାନସ୍ ରୋଗୀଙ୍କ ସହ ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ସୁବିଧାରେ ମେଡିକାଲ ପହଞ୍ଚାଇ ପାରିବ ବୋଲି କୁହାଯାଇଛି।ଲୋକଙ୍କୁ ସଚେତନ କରାଯାଇ ଏହି ବୁଲେଟ ଆମ୍ବୁଲାନସର ପ୍ରକୃତ ବ୍ୟବହାର ହେଲେ ଲୋକେ ଉପକୃତ ହୋଇପାରନ୍ତେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!