Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଡୁଆରେ ବୁଲବୁଲ, ନାଚ କରି ଫସିଗଲେ

by ସଞ୍ଜୟ ସ୍ୱାଇଁ
June 6, 2021
in State
ଅଡୁଆରେ ବୁଲବୁଲ, ନାଚ କରି ଫସିଗଲେ
745
VIEWS
Share on FacebookShare on Twitter

ସୁକିନ୍ଦା, (ବାଘୁଆବାର୍ତ୍ତା): ବଢ଼ିଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କ ଅଡୁଆ। ଜାତୀୟ ମାନବାଧିକାର କମିଶନ ବୁଲବୁଲ ବେହେରାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୁଲବୁଲ ନିଜ ଭାଇର ବାହାଘର ବେଳେ କରୋନା ନିୟମକୁ ଉଲ୍ଲଂଘନ କରିଥିଲେ। ଯାହାକୁ ନେଇ ସୋଶିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା। କରୋନା ବେଳେ ବିଭିନ୍ନ ପ୍ରଶାସନିକ ଅଧିକାରୀ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ସାଧାରଣ ଲୋକଙ୍କ ପାଖରୁ ଜୋରିମାନା ଗଣୁଥିବା ବେଳେ ଏହି ଲେଡି ତହସିଲଦାରଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଉଁ କି ଚୁଁ କହିନଥିଲେ। ହେଲେ ମାନବାଧିକାର କମିଶନ ଏବେ ବୁଲବୁଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ କହିଛି। ନିକଟରେ ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହାକୁ ନେଇ ଏନଏଚଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନଏଚଆରସି ଏବେ ଏହି ଆବେଦନକୁ ବିଚାର କରି ୮ ସପ୍ତାହ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ବୁଲବୁଲ ବେହେରା ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର । ମେ ୨୧ରେ ସେ ତାଙ୍କ ଭାଇ, ପରିବାର ସଦସ୍ୟଙ୍କ ସହ ମିଶି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁରରେ ଭାଇ ବାହାଘରରେ ସାମିଲ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗାଁରେ କରୋନା ବ୍ୟାପୁଥିବା ବେଳେ କରୋନା ନିୟମକୁ ରାଜ୍ୟ ସରକାର କଡ଼ାକଡି କରିଛନ୍ତି। ଏଭଳି ସ୍ଥିତିରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ କରୋନା ନିୟମ ଉଲ୍ଲଂଘନ କରିବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ଆବେଦନକାରୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି, ରାଜ୍ୟର ମହିଳା ଅଧିକାରୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀ କାର୍ୟ୍ୟକାରୀ କରିବା ନେଇ ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଥିଲା। ଏହି ଅଧିକାରୀ ନିଜେ କରୋନା ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି। କୋଭିଡ ଉଲ୍ଲଂଘନକୁ ଅନୁମତି ଦେଇଥିବା ପୁଲିସ ଏବଂ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରାଧାକାନ୍ତ ଅନୁରୋଧ କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!