Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବୈଠକ

by Anil Panda
October 9, 2020
in Nayagarh
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବୈଠକ
246
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ପୂର୍ବାହ୍ନରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ୨୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ ଯେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହୁ ଗଠନମୂଳକ ପ୍ରସ୍ତାବ ଦେଇ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାକୁ ତ୍ୱରାନ୍ୱିତ କରିଛି । କୋଭିଡ୍‌ ମହାମାରୀ ସମୟରେ ନିର୍ମା ଶ୍ରମିକମାନଙ୍କ ଅବସ୍ଥାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ସକି୍ରୟ ନିର୍ମାଣ ଶ୍ରମିକଙ୍କୁ ୧,୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି ଏବଂ ଏଥି ପାଇଁ ୩୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଶ୍ରମିକମାନଙ୍କ ପାଇଁ ଫଳଦାୟକ ହେବାର ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଚ୍ୟାଉପଟ୍ଟନାୟକ କହିଲେ କି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଅଦ୍ୟାବଧି ୩୦ ଲକ୍ଷରୁ ଊଦ୍ଧ୍ୱର୍ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ମୋଟ ୧,୯୨୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏତଦ୍‌ବ୍ୟତୀତ, କୋଭିଡ୍‌ ମହାମାରୀ ସମୟରେ ୧୮ ଲକ୍ଷରୁ ଊଦ୍ଧ୍ୱର୍ ନିର୍ମାଣ ଶ୍ରମିକଙ୍କୁ ୧,୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ କ୍ୟାମ୍ପସ୍‌ ମାଧ୍ୟମରେ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିବା ସହ ହିତାଧିକାରୀମାନଙ୍କଠାରୁ ସିଧାସଳଖ ମତାମତ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବୋର୍ଡର ସଦସ୍ୟ ସଚିବ ତଥା ରାଜ୍ୟ ଶ୍ରମ ଆୟୁକ୍ତ ଡ. ଥିରୁମାଳା ନାୟକ ପିପିଟି ମାଧ୍ୟମରେ ବିଭିିନ୍ନ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବିବରୀ ପ୍ରଦାନ କରିଥିଲେ । ଏହାଛଡ଼ା ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଶ୍ରମିକମାନଙ୍କ ନିକଟରେ କିପରି ମୋବାଇଲ୍‌ ଆପ୍‌ ଓ େୱବ୍‌ପୋର୍ଟାଲ୍‌ ମାଧ୍ୟମରେ ସେବା ଯୋଗାଇ ଦିଆଯିବ, ଯାହା ଫଳରେ କି ହିତାଧିକାରୀମାନେ ସେମାନଙ୍କ ନିଜ ଘରେ ରହି ସେବା ପାଇପାରିବେ ସେ ସମ୍ବନ୍ଧରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ କଲ୍ୟା ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଯଥା-‘ନିର୍ମାଣ ଶ୍ରମିକ ପMାଘର ଯୋଜନା’, ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କ ସାମୟିକ ରହି ପାଇଁ ‘ନିର୍ମା ଶ୍ରମିକ ଆଶ୍ରୟ ଯୋଜନା’, ଶିକ୍ଷା ସହାୟତା, ମୃତୁ୍ୟକାଳୀନ ସହାୟତା, ସ୍ୱାସ୍ଥ୍ୟ, ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଇତ୍ୟାଦିର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଆଜିର ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶରତ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଓ ବୋର୍ଡର ସଦସ୍ୟମାନେ ଉପସ୍ଥିତ ରହି ଭର୍ଚୁଆଲ୍‌ ମୋଡ୍‌ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ବୋର୍ଡର ସଦସ୍ୟ ଶ୍ରୀ ସୁରେନ୍ଦ୍ର ସାଏ, ଶ୍ରୀମତୀ ପ୍ରଣତୀ ମିଶ୍ର, ଶ୍ରୀ ସୁରେଶ ଚନ୍ଦ୍ର ରାଉତରାଏ ଓ ଶ୍ରୀ ପ୍ରଶାନ୍ତ ପାଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!