ନୟାଗଡ, (ବାଘୁଆବାର୍ତ୍ତା): ଆଦିବାସୀ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ, ନୟାଗଡ଼ ଜିଲ୍ଲା ର ସର୍ବ ବୃହତ୍ ତଥା ବହୁ ପୁରାତନ ,ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ରେ ଆଜି ଅତ୍ୟନ୍ତ ଆଡମ୍ବରର ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ ।

ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜୋତିର୍ମୟୀ ନାୟକ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦୁଶ୍ମନ୍ତ କୁମାର ପାତ୍ର ,, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ , ନାରାକୁ ସଫଳ କରିବାକୁ ହେଲେ, ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରିବାକୁ ଶ୍ରୀ ବେହେରା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏସ୍ ଏମ୍ ଏସି ଅଧ୍ୟକ୍ଷା ବିଶ୍ବକାନ୍ତି ରାୟଗୁରୁ ଛାତ୍ରୀ ମାନଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରିବା ସହିତ ବିଦ୍ୟାଳୟ ର ଉନ୍ନତି କାମନା କରିଥିଲେ । ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।






