Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ ବୁଲିଯିବା, ବୁଢ଼ାବୁଢ଼ିଆଣୀ ଡ୍ୟାମ୍

by ସଞ୍ଜୟ ସ୍ୱାଇଁ
June 13, 2021
in Nayagarh
ଆସ ବୁଲିଯିବା, ବୁଢ଼ାବୁଢ଼ିଆଣୀ ଡ୍ୟାମ୍
595
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ପ୍ରାକୃତିକ ଶୋଭରାଜିରେ ଭରପୂର ବୁଢ଼ାବୁଢ଼ୀଆଣି ଡ୍ୟାମ୍କୁ ଥରେ ବୁଲି ଆସିଲେ ଫେରିବାକୁ ମନ ହୁଏ ନାହିଁ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୈାଡ଼ପୁଟ ପଂଚାୟତ ଅନ୍ତର୍ଗତ ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବର୍ଷତମାମ୍ ଆକୃଷ୍ଟ କରିଥାଏ । ଚିର ସବୁଜିମା ବଣଜଙ୍ଗଲ ପରିବେଷ୍ଟିତ ପ୍ରାକୃତିକ ଶୋଭାରାଜି ବିମଣ୍ଡିତ କାନଖାଇ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଡ୍ୟାମ୍କୁ ଯିବାକୁ ହେଲେ ଭୁବନେଶ୍ୱରରୁ ବସ୍ ଯୋଗେ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥରେ ନୟାଗଡ଼ ପହଂଚିବାକୁ ହେବ । ସେଠାରୁ ଓଡ଼ଗାଁ ଯାଉଥିବା ବସ୍ରେ ୨୨ କିଲୋମିଟର ଆସିବା ପରେ ଗୈାଡ଼ପୁଟ ଛକରେ ଓହ୍ଲାଇବାକୁ ପଡ଼ିଥାଏ । ସେଠାରୁ ବାମ ପାଶ୍ୱର୍କୁ ଦୁଇ କିଲୋମିଟ ରାସ୍ତା ଅଟୋ କିମ୍ବା ଚାଲିକରି ଯିବା ପରେ ପାହାଡ଼ ପର୍ବତ ଘେରା ଏହି ଡ୍ୟାମ ଦେଖିବାକୁ ମିଳିବ । ଥଣ୍ଡା ପରିବେଶ ଏବଂ ସବୁଜ ବନାନୀ ଘେରା ଏହି ସ୍ଥାନରେ ଭୋଜିଭାତ କରିବାକୁ ଜଳସେଚନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପିଣ୍ଡି, ପାନୀୟ ଜଳ ପାଇଁ ନଳକୂପ ନିର୍ମାଣ କରାଯାଇଛି । ଏଠାରେ ପାହାଡ଼ ଉପରେ ରହିଥିବା ସ୍ୱତନ୍ତ୍ର ବଙ୍ଗଳାରେ ରହିବାକୁ ହେଲେ ପାଇଁ ନୟାଗଡ଼ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କିମ୍ବା ଶରଣକୂଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିଥାଏ । ଏହି ବଙ୍ଗଳାରୁ ଡ୍ୟାମ ଏବଂ ଆଖପାଖ ପାହାଡ଼ ପର୍ବତ ହୀରାକୁଦ ଜଳଭଣ୍ଡାରର ଭ୍ରମ ସୃଷ୍ଟି କରିଥାଏ । ଛୋଟଛୋଟ ପିଲାଙ୍କ ପାଇଁ ଶିଶୁ ଉଦ୍ୟାନର ବ୍ୟବସ୍ଥା ରହିଛି । ଓାଚ୍ ଟାଓାରରେ ଚଢ଼ି ପ୍ରାକୃତିକ ପରିବେଶର ସୋ÷ନ୍ଦର୍ଯ୍ୟକୁ ସୁନ୍ଦର ଭାବରେ ଉପଭୋଗ କରି ହୋଇଥାଏ । ଡ୍ୟାମ୍ର ସ୍ୱାଦିଷ୍ଟ ମାଛ ପାଇଁ ଅଂଚଳରେ ପ୍ରସିଦ୍ଧି ରହିଥିବା ବେଳେ ଭୋଜିଭାତ ସମୟରେ ମଧ୍ୟ ଡ୍ୟାମ୍ ମାଛ ସୁଲଭ ଦରରେ ମିଳିଥାଏ । ଡ୍ୟାମ୍ର ପ୍ରବେଶ ପଥରେ ଲାଗିଥିବା ନଡ଼ିଆ ଗଛ ଗୁଡ଼ିକ ପର୍ଯ୍ୟଟକ ମାନଙ୍କ ପାଇଁ ଶୋଭା ବୃଦ୍ଧି କରୁଥାଏ । ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରା ବୁଢ଼ାବୁଢ଼ିଆଣୀ ଡ୍ୟାମ୍ ୧୯୬୪ ମସିହାରେ ୧୦.୧୭ ବର୍ଗକିମି ଅଂଚଳରେ ନିର୍ମାଣ କରା ଯାଇଥିବା ବିଭାଗୀୟ ସୁତ୍ରରୁ ଜଣାପଡ଼ିଛି । ଦୁଆ, ଭୋବସର, ପୁତିବାରୀ ଏବଂ ଠାକେଇ ଭଳି ୪ ନଦୀକୁ ବନ୍ଧାଯାଇ ଏହି ଡ୍ୟାମ ନିର୍ମାଣ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!