Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୁଢ଼ାବୁଢ଼ୀ ଆଣି ଡ୍ୟାମ ରାସ୍ତା ଶୋଚନୀୟ, ହୀନସ୍ତା ଭୋଗୁଛନ୍ତି ପର୍ଯ୍ୟଟକ

by Anil Panda
September 29, 2020
in Nayagarh
ବୁଢ଼ାବୁଢ଼ୀ ଆଣି ଡ୍ୟାମ ରାସ୍ତା ଶୋଚନୀୟ, ହୀନସ୍ତା ଭୋଗୁଛନ୍ତି ପର୍ଯ୍ୟଟକ
836
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ାବୁଢ଼ୀ ଡ୍ୟାମର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ପାହାଡ଼, ପର୍ବତ ଘେରା ଏହି ଡ୍ୟାମ ନିକଟରେ ଭରା ଘଂଚ ଜଙ୍ଗଲ । ଯାହା ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏବେ ଏଠାକୁ ଲୋକମାନେ ଆସିବାକୁ ନାକ ଟେକୁଥିବା ଜଣାଯାଇଛି । ଡ୍ୟାମ ନିକଟକୁ ଯାଇଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବାରୁ ପର୍ଯ୍ୟଟକମାନେ ହିନସ୍ତା ଭୋଗୁଛନ୍ତି । ସୂଚନାନସୁାରେ, ନୟାଗଡ଼ ଓଡ଼ଗାଁ ରାସ୍ତାର କେନାଲ ଛକଠାରୁ ୭ କିଲୋମିଟର ଯିବା ପରେ ପଡ଼ି ଥାଏ ବୁଢ଼ାବୁଢ଼ୀ ଆଣି ଡ୍ୟାମ । ଏହା ପାଇଁ ସୁବିଧା ଜନକ ଭାବେ କେନାଲ ରାସ୍ତା ଲୋକଙ୍କ ପାଇଁ ରହିଥିବା ବେଳେ ଏହା ଏବେ ଶୋଚନୀୟ ଭାବେ ଆବଡ଼ା ଖାବଡ଼ା ହୋଇ ପଡ଼ି ରହିଛି । ପିଚୁ ଉଠି ଯିବା ସହ ରାସ୍ତାରେ ହଜାର ହଜାର ଖାଲ ସୃଷ୍ଟି ହେବା କାରଣରୁ ଆସୁଥିବା ପର୍ଯ୍ୟଟକମାନେ ଗୈାଡ଼ପୁଟ ଗ୍ରାମ ରାସ୍ତା ଦେଇ ଡ୍ୟାମରେ ପହଂଚୁଥିବା ଜଣାଯାଇଛି । ଯାହା ସମୟ ସାକ୍ଷେପ ଏବଂ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବା ଦେଖା ଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଥିବା କୁଆଁରିଆ ଡ୍ୟାମ ଭଳି ବୁଢ଼ାବୁଢ଼ୀଆଣି ଡ୍ୟାମଠାରେ ମଧ୍ୟ ବର୍ଷ ତମାମ୍ ବଣଭୋଜି ନିମନ୍ତେ ଗହଳୀ ଲାଗି ରହୁଥିବା ବେଳେ ଚଳିତ ବର୍ଷ ନୂଆବର୍ଷକୁ ପର୍ଯ୍ୟଟକ ସଂଖ୍ୟା ହ୍ରାସ ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି । ରାସ୍ତା କଦର୍ଯ୍ୟ କାରଣରୁ ଅନେକ ପର୍ଯ୍ୟଟକ କେନାଲ ଛକଠାରୁ ଫେରି ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଜଳସେଚନ ବିଭାଗ ଅଧିନରେ ରହିଥିବା ଏହି କେନାଲ ବନ୍ଧ ମରାମତି କରିବା ପାଇଁ ବିଭାଗ ଆଗ୍ରହ ଦେଖାଉ ନଥିବା ବେଳେ ବନ୍ଧ ଉପରୁ ଘାସ କଟାରେ ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି । ପର୍ଯ୍ୟଟକଙ୍କ ଅସୁବିଧା ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ କେନାଲ ବନ୍ଧ ରାସ୍ତାକୁ ନୂଆବର୍ଷ ପୂର୍ବରୁ ମରାମତି କରିବାକୁ ଦାବି ହେଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!