Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍ତରୀଣ ବଜେଟ୍ ଅଧିବେଶନ, ବିଜେଡି ଉଠାଇବ ଅନେକ ପ୍ରସଙ୍ଗ

by ସଞ୍ଜୟ ସ୍ୱାଇଁ
January 31, 2024
in NATIONAL NEWS, Politics, State
ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ
42
VIEWS
Share on FacebookShare on Twitter

ନୂଆଦିଲ୍ଳୀ, (ବାଘୁଆବାର୍ତ୍ତା): ଓଡ଼ିଶାରେ ଗଠନ କର ବିଧାନ ପରିଷଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ବାସଗୃହକୁ ମଞ୍ଜୁରୀ ଦିଅ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁ ୨୯୩୦ ଟଙ୍କାକୁ ବୃଦ୍ଧି କର । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ସଂସଦରେ ଉଠାଇବ ବିଜୁ ଜନତା ଦଳ । ଏହାଛଡ଼ା ଆଉ ୪ଟି ପ୍ରମୁଖ ପ୍ରସଙ୍ଗକୁ ମଧ୍ୟ ଦଳ ଗମ୍ଭୀରତାର ସହ ଗୃହର ଦୃଷ୍ଟି ଆକର୍ଷଣ କରିବ । ପହିଲାରୁ ଆସନ୍ତା ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ସଂସଦର କାମଚଳା ବଜେଟ୍‌ ଅଧିବେଶନ ବସିବ । ଏହି ଅଧିବେଶନରେ ରହିବ ମାତ୍ର ୬ଟି କାର୍ଯ୍ୟ ଦିବସ । ସଂସଦର ବଜେଟ୍‌ ଅଧିବେଶନର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ସମୟରେ ବିଜେଡି ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇବ । ବିଧାନ ପରିଷଦ ଗଠନ ନେଇ ଓଡିଶା ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବହୁ ବର୍ଷ ଧରି ପଡିରହିଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଉଠାଯିବ । ଏହାଛଡା ଓଡ଼ିଶାର ୧୬୯ ଅଦିବାସୀ ସଂପ୍ରଦାୟଙ୍କୁ ଅଦିବାସୀ ତାଲିକାରେ ସାମିଲ କରିବା ପାଇଁ ଦଳର ପୂର୍ବ ଦାବିକୁ ପୁଣିଥରେ ଉପସ୍ଥାପନ କରାଯିବ । ହୋ, ମୁଣ୍ଡାରୀ, ଭୂମିଜ୍‌ ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦଳ ପୁଣିଥରେ ସଂସଦରେ ଦାବି କରିବ । ସେହିପରି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଛାଡ କରିବା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ତାହାର ପୂର୍ବ ଦାବିକୁ ପୁଣି ଉପସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ଉଚିତ୍‌ ସମୟରେ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ । ଏହି ଫସଲ ବୀମା ଯୋଜନାକୁ ଠିକ୍‌ ଭାବେ ଲାଗୁ କରିବାକୁ ବିଜେଡି ଦାବି ରଖିବ । ଧାନର ଏମ୍‌ଏସ୍‌ପି ୨୯୩୦ଟଙ୍କାକୁ ବୃଦ୍ଧି କରିବା ଓ ଉପକୂଳବର୍ତ୍ତୀ ରାଜପଥ ପ୍ରସଙ୍ଗକୁ ଦଳ ଶାଣିତ ଭାବେ ଉଠାଇବ । କଟକ-ସମ୍ବଲପୁର ଜାତୀୟ ରାଜପଥର କାମ ଅଧାପନ୍ତରିଆ ହୋଇ ପଡିରହିଛି । ଭୁବନେଶ୍ୱର ଆଉଟର୍‌ ରିଙ୍ଗରୋଡର କାର୍ଯ୍ୟ ମଧ୍ୟ କାର୍ଯ୍ୟକାରୀ କରାଯାଇ ନାହିଁ । ସଂସଦରେ ଓଡିଶାର ବିଭିନ୍ନ ରାଜପଥମାନଙ୍କର ନିର୍ମାଣ କାର୍ଯ୍ୟକୁ ଯେପରି ତ୍ୱରାନ୍ୱିତ କରାଯାଏ ସେ ନେଇ ବିଜେଡି ଜୋର ଦେବ । ଏହାଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ଲକ୍ଷ ବାସଗୃହ ଏବେବି ରାଜ୍ୟକୁ ପାଇବାକୁ ଅଛି । ତାକୁ ଶୀଘ୍ର ମଞ୍ଜୁର କରିବା ଏବଂ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯିବା ଏବଂ କେନ୍ଦ୍ରୀୟ ଶୁଳ୍କର କିଛି ଅଂଶ ରାଜ୍ୟକୁ ପ୍ରଦାନ କରିବା ପାଇଁ ବିଜେଡି ସଂସଦରେ ଦାବି ଉଠାଇବ ବୋଲି ସସ୍ମିତ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!