Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଓ ଇଲାକାରେ ଆଗକୁ ବଢିବ ସରକାରଙ୍କ ବିକାଶମୂଳକ କାମ, ଗଠନ ହେବ ବସ୍ତରିଆ ଟାଇଗର ବାଟାଲିୟନ

by ସଞ୍ଜୟ ସ୍ୱାଇଁ
October 2, 2021
in State
ମାଓ ଇଲାକାରେ ଆଗକୁ ବଢିବ ସରକାରଙ୍କ ବିକାଶମୂଳକ କାମ, ଗଠନ ହେବ ବସ୍ତରିଆ ଟାଇଗର ବାଟାଲିୟନ
80
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଲାଲଗଡରେ ଥମିବ ନକ୍ସଲଙ୍କ ଆତଙ୍କ । ମାଓ ଇଲାକାରେ ଆଗକୁ ବଢିବ ସରକାରଙ୍କ ବିକାଶମୂଳକ କାମ । ଏହି ଲକ୍ଷ୍ୟ ନେଇ ଛତିଶଗଡ ବସ୍ତର ଇଲାକାରେ ଗଠନ ହେବାକୁ ଯାଉଛି ବସ୍ତରିଆ ଟାଇଗର ବାଟାଲିୟନ । ମାଲକାନଗିରି ସୀମାନ୍ତ ସୁକୁମା, ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅପରେସନ କରିବ ଏହି ଟାଇଗର ବାଟାଲିଆନ । ଏଥିପାଇଁ ଦନ୍ତେୱାଡାରେ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା । ପ୍ରଥମ ପର୍ୟ୍ୟାୟରେ ପ୍ରାୟ ୩ ହଜାର ଯୁବକ ଓ ଯୁବତି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏମାନଙ୍କୁ ଗରିଲା ଯୁଦ୍ଧର ତାଲିମ ଦିଆଯାଉଛି । ଅତ୍ୟାଧୁନିକ ବନ୍ଧୁକ ଚାଳନା, ବିନା ଖାଦ୍ୟରେ ଜଙ୍ଗଲ ଭିତରେ ଜୀବନଯାପନ କରିବାର କୌଶଳ ଶିଖାଉଛି ଦନ୍ତେୱାଡା ପୋଲିସ । ବସ୍ତରିଆ ଟାଇଗର ବାଟାଲିଆନରେ ପ୍ରଥମ ପର୍ୟ୍ୟାୟରେ ୪ଶହ ଜଣଙ୍କୁ ସାମିଲ କରାଯିବ । ଅନ୍ୟମାନଙ୍କୁ ଛତିଶଗଡ ପୋଲିସର ଡି.ଆର.ଜି ବାହିନୀରେ ଭର୍ତ୍ତି ହେବା ଲାଗି ସୁଯୋଗ ମିଳିବ । ଭାରତୀୟ ସେନା ବାହିନୀରେ ଭର୍ତ୍ତି ହେବା ଲାଗି ଦନ୍ତେୱାଡା ଜିଲ୍ଲା ପ୍ରଶାସନ ସହାୟତା କରିବ । ତାଲିମ ନେଉଥିବା ଯବକ ଯୁବତିଙ୍କ ମଧ୍ୟରେ ୨୩ ଜଣ ଏମିତି ଅଛନ୍ତି ଯେଉଁ ମାନଙ୍କ ବାପା-ମାଆଙ୍କୁ ନକ୍ସଲ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ସ୍ଥାନୀୟ ସମସ୍ୟାକୁ ସ୍ଥାନୀୟ ଲୋକେ ବୁଝି ପାରିବେ । ଏହାସହ ସ୍ଥାନୀୟ ଜଙ୍ଗଲ ସଂପର୍କରେ ମଧ୍ୟ ଅବଗତ ରହିଥିବେ । ତେଣୁ ବସ୍ତରିଆ ଟାଇଗର ବାଟାଲିଅନ, ମାଓ ମୁକାବିଲା ରଣନୀତିର ଏକ ସଫଳ ଅଂଶ ପାଲଟିବ ବୋଲି ଆଶା କରାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!