Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ଚିକିତ୍ସିତ ହେଲେ କାଶିନାଥ

by ସଞ୍ଜୟ ସ୍ୱାଇଁ
December 21, 2021
in Health, Nayagarh, State
ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ଚିକିତ୍ସିତ ହେଲେ କାଶିନାଥ
273
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗରିବଙ୍କ ସାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ । ଅଭାବୀଙ୍କୁ ଦେଉଛି ନୂଆ ଜୀବନ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ବିଜୁ ସ୍ଵାସ୍ଥ୍ୟ କାର୍ଡ ଏବେ ଗରିବଙ୍କୁ ସାହାଯ୍ୟ କରୁଛି । ଏହି କାର୍ଡ ଦ୍ୱାରା ନିଜର ଚିକିତ୍ସା କରାଇପାରିଛନ୍ତି କାଶିନାଥ । ଓଡ଼ଗାଁ ବ୍ଲକ୍ କୋରପିଠା ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମର କାଶିନାଥ ସାହୁ । ଦୀର୍ଘ ୧୫ ଦିନ ତଳେ କାଶିନାଥଙ୍କର ଦେହରେ ଯନ୍ତ୍ରଣା ହେବାରୁ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଯାହା ଫଳରେ ତାଙ୍କୁ ହୃଦଘାତ ଅଛି ବୋଲି ଜଣାପଡିଥିଲା । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ସେ ନିଜର ହୃଦଘାତର ସଫଳ ଅସ୍ତ୍ରୋପଚାର ଆଜି ଭୁବନେଶ୍ୱରସ୍ଥିତ ଏମ୍ସରେ ମାଗଣାରେ କରାଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ କାର୍ଡରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟକାର୍ଡ ତାଙ୍କୁ ନୂଆଜୀବନ ଦେଇଛି ବୋଲି କାଶିନାଥ କହିଛନ୍ତି।ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।ରାଜ୍ୟ ସରକାରଙ୍କ ଏହି ଯୋଜନା ଅନେକ ଲୋକଙ୍କ ଜୀବନ ବଂଚାଇ ପାରିବ ବୋଲି କାଶିନାଥ ଦୃଢତାର ସହ କହିଛନ୍ତି। ପୂର୍ବରୁ ମଧ୍ୟ ବିଜୁ ସ୍ମାର୍ଟର ଉପଯୋଗ କରି କୁରାଳର ମାନସ କୁମାର ସାହୁ ଏକ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହେଉଥିବାର ନଜିର ରହିଅଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!