ସଇଁତଲା, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାରାମତଲା ପଂଚାୟତ ଗୁରମୁନି ଗ୍ରାମର ଥବିର ବୁଡ଼େକ ,ବି ଏସ ଏଫରେ ଜବାନ ଭାବେ ଯୋଗ ଦେଇଥିଲେ। ସେ କାର୍ୟ୍ୟ କରୁଥିବା ବେଳେ ଆସାମ ଗୌହଟି ନିକଟରେ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଜଣା ପଡିଛି । ସୂଚନା ମତେ ଅଫିସ କାର୍ୟ୍ୟ ରେ ୩ଜଣ ଅଧିକାରୀ ସହ ସରକାରୀ ଗାଡ଼ିରେ ଆସାମ ଗୌହଟି ଯାଇ ଫେରୁ ଥିଲେ । ଏହି ସମୟରେ ନିକୁଞ୍ଜ ବିହାର ଦୁର୍ଗମ ଘାଟି ଅଂଚଳ ଠାରେ ଭାରସାମ୍ୟ ହରାଇ ନଦୀ ଭିତରେ ଖସି ପଡି ଥିଲା । ଘଟଣା ସ୍ଥଳରେ ହିଁ ଥବିର ବୁଡ଼େକଙ୍କ ମୃତ୍ୟୁ ଘଟି ଥିବା ପରିବାର ପକ୍ଷ ରୁ କୁହାଯାଇଛି ।






