ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୂଚନା ଥାଉକି, ପୂର୍ଣ୍ଣମ କୁମାର ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ଏପ୍ରିଲ ୨୩ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ହେପାଜତକୁ ନେଇଥିଲେ। ପଞ୍ଜାବର ଫିରୋଜପୁର ସେକ୍ଟରରେ ଥିଲା ତାଙ୍କର ପୋଷ୍ଟିଂ । ଏହି ଘଟଣା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରଦିନ ଘଟିଥିଲା। ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଏହା ପରେ, ଭାରତ ୭ ମଇରେ \’ଅପରେସନ୍ ସିନ୍ଦୂର\’ ଅଧୀନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ସଠିକ୍ ଆକ୍ରମଣ କରିଥିଲା । ପାକିସ୍ତାନ ମଧ୍ୟ ପ୍ରତିଶୋଧ ନେଇଥିଲା, ଯାହା ଉତ୍ତେଜନାକୁ ବୃଦ୍ଧି କରିଥିଲା । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି କିନ୍ତୁ ପାକ୍ ତରଫରୁ କୌଣସି ଉତ୍ତର ଆସିନଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍ । ହାର୍ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।