Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଵୃତ୍ତଙ୍ଗ ଜଳସେଚନ ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ

by ସଞ୍ଜୟ ସ୍ୱାଇଁ
October 3, 2018
in Feature News
37
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବୃତ୍ତଙ୍ଗ ଜଳସେଚନ ଯୋଜନା ଦୀର୍ଘ ୭୦ବର୍ଷ ଧରି ରାଜନୀତିରେ ରାଜନୀତିରେ କାର୍ଯ୍ୟକାରୀ ହେବ ବୋଲି ସରକାର ପରେ ସରକାର ଗଲା ପଛେ ବୃତ୍ତଙ୍ଗ ଜଳସେଚନ
ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହି ବୃତ୍ତଙ୍ଗ ଜଳସେଚନ ଯୋଜନାକୁ ନେଇ କେନ୍ଦ୍ରସରକାର ଏବଂ ରାଜ୍ୟସରକାର ମଧ୍ୟରେ ବାରମ୍ବାର ଟଣାଓଟରା ହେଲା ସତ କିନ୍ତୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଲେ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ବିଶେଷ ଭାବରେ ଉପକୃତ ହେବ ।

ବିଶେଷଭାବରେ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ ଜଳସେଚିତ ହୋଇପାରିବ । ଏହି ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଯେତେଶୀଘ୍ର ଷ୍ଟେଜ-୧ ଏବଂ ଷ୍ଟେଜ-୨ ଅନୁମୋଦନ କରିବେ ସେତେଶୀଘ୍ର ବୃତ୍ତଙ୍ଗ ଜଳସେଚନର ଭାଗ୍ୟ ପେଡ଼ି ଭିତରୁ ଖୋଲିବ । ଏହି ଜଳସେଚନର ନିର୍ବାହୀଯନ୍ତ୍ରୀ ଇତ୍ୟବସରରେ ଷ୍ଟେଜ-୧ର ଦୁଇଟି
ଚିଠିକୁ ରାଜ୍ୟସରକାରଙ୍କ ପାଖରେ ପ୍ରଦାନ କରିଛନ୍ତି । ଯେତେଶୀଘ୍ର ଷ୍ଟେଜ-୧ ଚୁକ୍ତି ଅନୁମୋଦନ ହେବ ତାହାପରେ ଷ୍ଟେଜ-୨ର ଚୁକ୍ତିଗୁଡ଼ିକ ନୟାଗଡ଼ ଡିଏଫ୍ଓ ରାଜ୍ୟସରକାରଙ୍କୁ ପ୍ରଦାନ କରିବେ । ଷ୍ଟେଜ-୧ ଏବଂ ଷ୍ଟେଜ-୨ ରାଜ୍ୟସରକାର ଯେତେଶୀଘ୍ର ଅନୁମୋଦନ କରିବେ ସେତେଶୀଘ୍ର ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରିତା ହେବ । ମୁଖ୍ୟତଃ
ବୃତ୍ତଙ୍ଗ ଜଳସେଚନ ଯୋଜନାର ସର୍ଭେ ବିଭାଗର କାର୍ଯ୍ୟ ସମାପ୍ତ ହେବାକୁ ବସିଛି । ଏହି କାର୍ଯ୍ୟ ସମାପ୍ତ ହେବା ପରେ କନ୍ଷ୍ଟ୍ରକ୍ସନ ବିଭାଗକୁ ହସ୍ତାନ୍ତର କରାଯିବ । ରାଜ୍ୟ ସରକାରର ବର୍ତ୍ତମାନ ବିଜେଡ଼ି ସରକାରର ଶେଷ ସମୟ ପହଞ୍ôଚଥିବା ବେଳେ କେନ୍ଦ୍ର ସରକାରର ସମୟ ଶେଷ ହେବାକୁ ଯାଉଛି । ତେଣୁ ବୃତ୍ତଙ୍ଗ ଜଳସେଚନ ଯୋଜନାକୁ ଯେତେଶୀଘ୍ର ବିଭାଗୀୟ ସଚିବ ଅନୁମୋଦନ କରିବେ ଏବଂ ରାଜ୍ୟ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେବେ ତାହାହେଲେ ବୃତ୍ତଙ୍ଗର ବିଭିନ୍ନ କାଗଜାତ୍ ୬ମାସ ଅବଧି ମଧ୍ୟରେ ସମାପ୍ତ ହେବ ବୋଲି ଜଣାପଡ଼ିଛି ।

ତେଣୁ ନୟାଗଡ଼ ଜିଲ୍ଳାରେ ଏହି ବୃତ୍ତଙ୍ଗ ଜଳସେଚନ ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ତେଣୁ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ସାଂସଦମାନେ ଯଦି ଯଥାଶୀଘ୍ର ଏହି ବୃତ୍ତଙ୍ଗ ଜଳସେଚନ ଉପରେ ଗୁରୁତ୍ୱ ଦେବେ ତାହାହେଲେ ବିଜେଡ଼ି ସରକାରଏହାର ଫାଇଦା ନେବ । ବୃତ୍ତଙ୍ଗ ଜଳସେଚନ ଜମି ଅଧିଗ୍ରହଣ ଯେଉଁ ଜଙ୍ଗଲ ଜମି କରିଥିଲା ସେହି ଜଙ୍ଗଲଜମି ଉପରେ ରେଳବିଭାଗ ସେହି ବାଟ ଦେଇ ଯାଉଥିବାରୁ ବୃତ୍ତଙ୍ଗ ଜଳସେଚନ ଅଧିଗ୍ରହଣ ଉପରେ ବିଳମ୍ବିତ ହୋଇଥିଲା । ଏହି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବୃତ୍ତଙ୍ଗର କେନାଲ ସଂପଡ଼ା, କୋରଡ଼ା ଏବଂ ନୂଆଗାଁ ଠାରେ ଅତିକ୍ରମ କରୁଥିବାରୁ ସେହି
୩ଟି ଯାକ ଅତିକ୍ରମ ସ୍ଥାନକୁ ରେଳବିଭାଗ ବ୍ରିଜ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏହି ନିଷ୍ପତ୍ତିରେ ରେଳବିଭାଗ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି । ତେଣୁ ରେଳବିଭାଗ ଏବଂ ବୃତ୍ତଙ୍ଗ ଜଳସେଚନ ଯୋଜନା ମଧ୍ୟରେ ଯେଉଁ ପ୍ରତିବନ୍ଧକ ଥିଲା ତାହା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏତଦ୍ବ୍ୟତୀତ ଅନ୍ୟାନ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଜଙ୍ଗଲ ବିଭାଗ ଏବଂ ବୃତ୍ତଙ୍ଗ ଜଳସେଚନ ଯୋଜନା ପ୍ରକଳ୍ପ ବିଭାଗ ମଧ୍ୟରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ଏବଂ ଯଥାଶୀଘ୍ର ଏହି ଫାଇଲ୍କୁ ଅନୁମୋଦନ କରିବା ପାଇଁ ୨ଟି ଯାକ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି । ତେଣୁ ନୟାଗଡ଼ର ବିଧାୟକମାନେ ବୃତ୍ତଙ୍ଗ ଜଳସେଚନର ଯୋଜନା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ୨୦୧୮ମସିହାରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ଏବଂ ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ତେଣୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଏଥିପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେଲେ ନୟାଗଡ଼ର ଲକ୍ଷ ଲକ୍ଷ ଚାଷୀଙ୍କର ଭାଗ୍ୟ ବଦଳିବ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!