ଓଡ଼ଗାଁ, (ବାଘୁଆବାର୍ତ୍ତା) : ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବୃକ୍ଷରୋପଣ କରି ପ୍ରକୃତିର ସନ୍ତୁଳନ ବଜାଇ ରଖିବା ପାଇଁ ଓଡ଼ଗାଁ ବନାଂଚଳ କାର୍ଯ୍ୟାଳୟ ଦ୍ୱାରା ଗାଁ ଗାଁରେ ବୁଲି ଚାରା ବୃକ୍ଷ ବଂଟନ କରାଯାଇଛି । ଓଡ଼ଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ତତ୍ୱାବଧାନରେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହାୟତାରେ ଓଡ଼ଗାଁ ବ୍ଲକ ଅଂଚଳର ବିଭିନ୍ନ ପଂଚାୟତ ମାନଙ୍କରେ ପହଁଚି ଯୁବକ ଏବଂ ଗ୍ରାମବାସୀ ମାନଙ୍କୁ ଏହି ବିଷୟରେ ସଚେତନ କରାଇବା ସହିତ ମୁଣ୍ଡିଆତଳ, ଗାଁମୁଣ୍ଡ ପଡିଆ, ପୋଖରି ହୁଡା ଇତ୍ୟାଦି ଖାଲି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ ପାଇଁ ଆମ୍ବ, ପଣଷ, ଶିଶୁ, ଡାଳୀମ୍ବ, ମହାନୀମ୍ବ, କଦମ୍ବ, ଅଁଳା, ଡାଳଚିନି ଇତ୍ୟାଦି ଚାରା ବୃକ୍ଷ ବଂଟନ କରିବା ସହିତ ମିଳିତ ଭାବରେ ଏହାର ରକ୍ଷଣାବେକ୍ଷଣ ପାଇଁ ବୁଝାଇଥିଲେ ।






