Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃଦ୍ଧଙ୍କୁ ହତ୍ୟା ଘଟଣା, ୩୦ ଘଣ୍ଟା ପରେ କାରଣ ଅସ୍ପଷ୍ଟ

by ସଞ୍ଜୟ ସ୍ୱାଇଁ
November 21, 2019
in Crime, Nayagarh, State
20
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା) : ଦଶପଲ୍ଲା ସହର କୃଷ୍ଣଚନ୍ଦ୍ରପୁର ପାଟଣାରେ ବୃଦ୍ଧ ମାୟାଧର ପୃଷ୍ଟି (୭୦)ଙ୍କୁ ଗଳାକାଟି ହତ୍ୟାକାଣ୍ଡ ଘଟଣାର ୩୦ଘଣ୍ଟା ପରେ ମଧ୍ୟ ହତ୍ୟାକାରୀ ନିକଟରେ ପୁଲିସ ପହଞ୍ଚିପାରି ନାହିଁ । ଗତକାଲିଠାରୁ ଫୋରେନ୍ସିକ୍ ଦଳ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଯାଇଛନ୍ତି । ବୁଧବାର ରାତି ୮ଟା ବେଳେ ହତ୍ୟାକାଣ୍ଡ ସ୍ଥଳରୁ ଶବକୁ ନୟାଗଡ଼ ଏସ୍ପି ଶଶିଭୂଷଣ ଶତପଥିଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀ ବ୍ୟବଚ୍ଛେଦ ନିମନ୍ତେ ଛାଡିଥିଲେ । ଆଜି ମାୟାଧରଙ୍କ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ସନ୍ଧାନୀ କୁକୁର ସହାୟତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମାୟାଧରଙ୍କ ଶୋଇବା ଗୃହରୁ କୁକୁର ଗାଁମୁଣ୍ଡରେ ଥିବା ବେରେଣୀ ପୋଖରୀ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ଘର ନିକଟକୁ ଫେରି ଆସିଥିଲା । ଏହି ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ମୃତ ମାୟାଧରଙ୍କ ବୋହୂ ରଶ୍ମିତା ପୃଷ୍ଟି, ସ୍ତ୍ରୀ-ସୁକାନ୍ତିଙ୍କୁ ତଦନ୍ତ ପରିସରକୁ ଆଣି ଖୋଳତାଡ କରୁଛି । ଏହି ଘଟଣାରେ ଏକ ହତ୍ୟା ମୋକଦ୍ଦମା ରୁଜୁ କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ସାହାଣୀ, ଏସ୍ଡିପିଓ ନିରଞ୍ଜନ ପାଢିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହତ୍ୟାକାଣ୍ଡର ପ୍ରତ୍ୟେକ ଦିଗ ଉପରେ ପୁଲିସ ତୀକ୍ଷ୍ମ ନଜର ରଖିଛି । ଖୁବ୍ଶୀଘ୍ର ହତ୍ୟାକାଣ୍ଡର ସମସ୍ତ ଘଟଣା ଉନ୍ମୋଚନ ହେବ ବୋଲି ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ୍ ରାଉତରାୟ ଗଣମାଧ୍ୟମକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର, କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ, ପରିବାର ମଧ୍ୟରେ ଥିବା ତିକ୍ତତା ଭଳି ଅନେକ କାରଣକୁ ଆଧାର କରି ପୁଲିସ ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦେଉଥିବା କଥା ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!