କଟକ, (ବାଘୁଆବାର୍ତ୍ତା): ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଏବଂ ଅନୁଭବ ଆଜି ପରିବାର ଅଦାଲତରେ ହଜାର ହୋଇଛନ୍ତି । କିନ୍ତୁ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରିନାହାନ୍ତି । ବରଂ ତାଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପିଟିସନ ଉପରେ କୋର୍ଟ ଶୁଣାଣି କରନ୍ତୁ ବୋଲି ଆଜି ବର୍ଷାଙ୍କ ତରଫରୁ ଆବେଦନ କରାଯାଇଥିଲା । ଯାହାକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି । ଆସନ୍ତା ତାରିଖ ସୁଦ୍ଧା ଅନୁଭବଙ୍କୁ ସମସ୍ତ ଦସ୍ତାବିଜ ଦେବାଲାଗି ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି ବର୍ଷାଙ୍କୁ ଜେରା କରାଯାଇଥାନ୍ତା । କିନ୍ତୁ ସାକ୍ଷୀ ତାଲିକା ସମେତ ଆହୁରି ଅନେକ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ପୂର୍ବରୁ ଫାମିଲି କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆଜିସୁଦ୍ଧା କାର୍ୟ୍ୟକାରୀ ନହେବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୭ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଅନୁଭବଙ୍କୁ ଦେବାଲାଗି ବର୍ଷାଙ୍କୁ ପୁଣି ନିର୍ଦ୍ଦେଶ ହୋଇଛି । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ଦିନ ଧାର୍ୟ୍ୟ କରିଛନ୍ତି କୋର୍ଟ ।





