Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

by ସଞ୍ଜୟ ସ୍ୱାଇଁ
March 13, 2023
in Crime, State
୨୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
81
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଦେଉଳି ପଂଚୁଘଣ୍ଟା ଅଂଚଳରୁ ୨୧୦ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହିତ ଜଣେ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛି । ଗିରଫ ବ୍ରାଉନସୁଗାର ବେପାରୀ ଜଣକ ଦେଉଳି ପଂଚୁଘଣ୍ଟା ଅଂଚଳର ଉତ୍ତମ କୁମାର ମହାନ୍ତି ବୋଲି ଜଣାପଡ଼ିଛି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ରାଉନ ସୁଗାର କାରବାରର ହବ ପାଲଟିଛି । ଏ ଅଂଚଳରୁ ବ୍ରାଉନସୁଗାର ରାଜ୍ୟର ବିଭିନ୍ନ ଅଂଚଳକୁ ରପ୍ତାନି ହେଉଛି। ବ୍ରାଉନ ସୁଗାର କାରବାର ଉପରେ ରୋକ ଲଗାଇବା ଅବକାରୀ ଓ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଅବକାରୀ ବିଭାଗ ଓ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିବା ସହିତ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ରୋକ ଲଗାଇ ପାରୁନାହିଁ । ଆଜି ଜଳେଶ୍ୱର ଦେଉଳିପଂଚୁଘଣ୍ଟା- ଓଟି ରୋଡ଼ ଦେଇ ବ୍ରାଉନ ସୁଗାର ଚୋରା ଚାଲାଣ ହେଉଥିବା କଥା କୌଣସି ସୂତ୍ରରୁ ଖବର ପାଇଁ ଜଳେଶ୍ୱର ଅବକାରୀ ବିଭାଗ, ଭୋଗରାଇ ଅବକାରୀ ବିଭାଗ ଓ କଟକ ସେଟଲାଇଟ ଅବକାରୀ ୟୁନିଟ -୨ର ଏକ ୧୦ଜଣିଆ ଟିମ ଚଢ଼ାଉ କରି ୨୧୦ ଗ୍ରାମ ବ୍ରାଉନ ସୁଗାର ସହିତ ଏକ ହିରୋ ହୋଣ୍ଡା ସ୍ପଲେଣ୍ଡର ବାଇକ (ଓଆର- ୦୧-ଜି-୫୮୭୩)କୁ ଜବତ କରିବା ସହ ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି।ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨୧ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ ଅଧିକ ତଦନ୍ତ ଜାରି ରଖିଛି । ଏହି ଚଢ଼ାଉରେ ସେଟେଲାଇଟ ୟୁନିଟ ଓଆଇସି ଏନ.ଜେଗିନୀ ରାଓ, ଜଳେଶ୍ୱର ଓଆଇସି ଦେବେନ୍ଦ୍ର କୁମାର ବେହେରା, ଭୋଗରାଇ ଓଆଇସି ଜଗନ୍ନାଥ ବେହେରା ଓ ଜଳେଶ୍ୱର ରେଞ୍ଜ ଆଇଆଇସି ନାରାୟଣ ବେହେରା ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!