Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ, ୬ ଗିରଫ

by ସଞ୍ଜୟ ସ୍ୱାଇଁ
June 4, 2021
in Crime, State
୨ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ, ୬ ଗିରଫ
323
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): କଟକ ଓ ବାଲେଶ୍ୱର ଜିଲ୍ଲାରୁ ୨ କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ଜବତ ହୋଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । କଟକ ମଧୁପାଟଣା ଥାନା ଅଞ୍ଚଳରୁ ପ୍ରାୟ ଏକ କେଜି ୧୨୦ ଗ୍ରାମ୍‌ ଓଜନର ବ୍ରାଉନସୁଗରକୁ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ପୁଲିସ ୩ କୁଖ୍ୟାତ ନିଶା ବେପାରୀଙ୍କୁ ଗିରଫ କରିଛି । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ଏସ୍‌ଟିଏଫ୍‌ ଟିମ୍‌ ଏକ କେଜିରୁ ଅଧିକ ବ୍ରାଉନ୍‌ସୁଗର୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । କଟକ ମଧୁପାଟଣା ଥାନା ତିନିଘରିଆ ନିକଟ ଆମ୍ବବଗିଚା ପାଖରେ ବ୍ରାଉନ୍‌ସୁଗର ବେପାର କଲା ବେଳେ ତିନି ନିଶା ବେପାରୀଙ୍କୁ କାବୁ କରିଛି ପୁଲିସ୍‌ । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଓହଳ ଗାଁର ଗୁଲ୍‌ସର ଓରଫ ସେକ୍‌ ଗୁଲସର୍‌ଉଦ୍ଦିନ, ଲାଲାସାହିର ପପୁ ଓରଫ ସୌଭାଗ୍ୟ ରଂଜନ ସିଂହ ଓ ମର୍କଣ୍ଡପୁରର ଲିପୁ ବେହେରା । ଅଭିଯୁକ୍ତମାନଙ୍କଠାରୁ ଏକ ପ୍ଲାଟିନା ବାଇକ୍‌, ୧୭ହଜାର ୩୦୦ ଟଙ୍କା ଓ ୪ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ ହୋଇଛି । ଏହି ନିଶା ବେପାର ରାକେଟ୍ ଓ ଏହାର ମାଷ୍ଟରମାଇଣ୍ଡ୍‌କୁ ଧରିବା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ବୁଧବାର ଅର୍ଥାତ୍‌ ଜୁନ୍‌ ୨ ତାରିଖ ଅପରାହ୍ନ ୨ଟା ହେବ । ମଧୁପାଟଣା ଥାନା ପୁଲିସକୁ ସୂଚନା ମିଳିଲା କି ତିନି ଜଣ ନିଶା ବେପାରୀ ତିନିଘରିଆ ଆମ୍ବବଗିଚା ପାଖରେ ବେପାର ପାଇଁ ଏକାଠି ହୋଇଛନ୍ତି । କଟକର କିଛି ନିଶା ବେପାରୀଙ୍କୁ ଧଳାଜହର ବା ବ୍ରାଉନସୁଗର ବିକିବା ପାଇଁ ସେମାନେ ସେଠାରେ ଅପେକ୍ଷା କରିଛନ୍ତି । ଏହି ସୂଚନା ଆଧାରରେ ପୁଲିସ ଟିମ୍‌ ସେଠାରେ ଚଢ଼ଉ କଲା । ଚଢଉରେ ତିନି ଅଭିଯୁକ୍ତ ଧରାପଡ଼ିବା ସହିତ ସେମାନଙ୍କଠାରୁ ୧୧ଟି ପଲିଥିନ୍‌ ପ୍ୟାକେଟ୍‌ ଜବତ ହେଲା । ପରେ ସେଗୁଡ଼ିକ ଯାଞ୍ଚ୍‌ କରିବାରୁ ସେଥିରୁ ମୋଟ୍‌ ୧ କେଜି ୧୨୦ ଗ୍ରାମ୍‌ ବ୍ରାଉନ୍‌ସୁଗର୍‌ ମିଳିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ଏଥି ସହିତ ଅଭିଯୁକ୍ତ ଠାରୁ ବାଇକ୍‌, ଟଙ୍କା ଓ ଫୋନ୍‌ ବି ଜବତ ହୋଇଛି । ଗିରଫ ପରେ ଅଧିକ ଜେରା କରିବାରୁ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅଭିଯୁକ୍ତମାନେ ବାଲେଶ୍ୱରର ଜଳେଶ୍ୱରରୁ ବହୁ ପରିମାଣର ବ୍ରାଉନସୁଗର କିଣି ଆଣନ୍ତି । ସେମାନେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଭଳି ଜିଲ୍ଲାରେ ତାହାକୁ ବିକ୍ରି କରନ୍ତି । ଏକ ବଡ଼ ନିଶା କାରବାର ର୍ୟା କେଟ୍‌ ଜରିଆରେ ଏହି ବେପାର ଚାଲିଥାଏ । ଏଥିରେ ବହୁ ଯୁବକ ଜଡ଼ିତ ଅଛନ୍ତି । ଏହାର ଜଣେ ମାଷ୍ଟରମାଇଣ୍ଡ ମଧ୍ୟ ଅଛି । ତେଣୁ ର୍ୟାିକେଟ୍‌ର ଅଧିକ ସଦସ୍ୟ ଓ ମାଷ୍ଟରମାଇଣ୍ଡ୍‌କୁ ଧରିବା ପାଇଁ ଏସିପି ସ୍ପେସାଲ୍‌ ସ୍କ୍ୱାଡ୍‌ଙ୍କ ଅଧିନରେ ଏକ ଟିମ୍‌ ଗଠନ କରାଯାଇଛି । ସେହି ଟିମ୍‌ ଏବେ ଘଟଣା ନେଇ ତନାଘନା ଜାରି ରଖିଛି । ଅନ୍ୟପଟେ ନିଶା ବେପାର ବିରୋଧରେ କଟକ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ଦିନକୁ ଦିନ ଭଲ ସଫଳତା ମିଳୁଛି । ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ୩ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଧରାପଡ଼ିଲାଣି । ସେହିପରି ପ୍ରାୟ ୨୪ ଜଣ ନିଶା ବେପାରୀ ମଧ୍ୟ ଧରାପଡ଼ିଲେଣି । ସାଧାରଣ ଲୋକଙ୍କ ସହଯୋଗ ରହିଲେ ସହରରୁ ଏହି ବେପାରକୁ ସମୂଳେ ନିପାତ କରିହେବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି । ଏପରିକି ସହରବାସୀ ଏହି ନିଶା ବେପାର ବିଷୟରେ କିଛି ସୂଚନା ପାଇଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି । ସେହିପରି ଗୁରୁବାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନିକଟରୁ ଏକ କେଜିରୁ ଅଧିକ ବ୍ରାଉନସୁଗର ଏସ୍‌ଟିଏଫ ଟିମ୍‌ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଥାନା ସେଠାରୁ ମାତ୍ର ୧ ଶହ ମିଟର ଏବଂ ଅବକାରୀ କାର୍ୟ୍ୟାଳୟ ମାତ୍ର ୫୦ ମିଟର ଦୂରରେ ରହିଛି । ପୂର୍ବରୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ମାଫିଆମାନେ ଏହି କାରବାର କରୁଥିବା ବେଳେ ଏବେ ଛୋଟ ପିଲା ଓ ମହିଳାମାନଙ୍କ ଦ୍ୱାରା ଏହି ବ୍ୟବସାୟ ଚାଲିଛି । ଗୁରୁବାର ମଧ୍ୟାହ୍ନ ୧ଟା ୩୦ରେ ଜଳେଶ୍ୱର ଥାନାଠାରୁ ଅଳ୍ପ ଦୂର ଚୈତନ୍ୟ ସାହୁ ଛକ ନିକଟସ୍ଥ ଶ୍ରୀଦୁର୍ଗା ଇଲେକ୍ଟ୍ରିକାଲ ଦୋକାନ ଗୃହ ମଧ୍ୟରେ ବେପାରୀଙ୍କୁ ବ୍ରାଉନସୁଗର ଦେବା ବେଳେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ ଟିମ୍‌ ୧ ଜେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି । ବିକ୍ରି କରୁଥିବା ଯୁବକ ଓ ବେପାରୀକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଜଳେଶ୍ୱର ବ୍ଲକ ଝାଡ଼େଶ୍ୱରପୁର ଗ୍ରାମର ଶେଖ୍‌ ସାହବଜାନ, ପଥରପୁରା ଗ୍ରାମର ପିଣ୍ଟୁ ସାହୁ ଓ କୁନା ଦାସ । ଗିରଫ ବ୍ୟକ୍ତିମାନଙ୍କୁ ଏସଟିଏଫ୍‌ ଟିମ୍‌ ଭୁବନେଶ୍ୱର ନେଇଯାଇଥିବା ଜଣାଯାଇଛି । ଏସଟିଏଫ୍‌ ଟିମ୍‌ ଚଢ଼ଉରେ ଜଳେଶ୍ୱର ପୁଲିସ ସମେତ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ, ସଦର ଆରଆଇ ମାନସ ବେହେରା ପ୍ରମୁଖ ସହଯୋଗ କରିଥିଲେ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ରାଉନସୁଗର କାରବାରର ହଟସ୍ପଟ୍‌ ପାଲଟିଛି । ଏଠାକୁ ଏହି ମାଦକ ଦ୍ରବ୍ୟ ବାଂଲାଦେଶ ତଥା କୋଲକାତାରୁ ଆସୁଛି । ଜଳେଶ୍ୱରରେ ବ୍ରାଉନସୁଗର ଗଚ୍ଛିତ ରହିବା ପରେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ତେବେ ବିଭିନ୍ନ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ ଟିମ୍‌ ଜଳେଶ୍ୱରରେ ଚଢ଼ଉ କରି ସଫଳତା ପାଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ କିମ୍ବା ପୁଲିସ ଟେର ପାଉନି କାହିଁକି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!