ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଛଧରା ଜାହାଜରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ସୂଚନାନୁସାରେ, ଭାରତୀୟ ନୌସେନାର କର୍ମଚାରୀମାନେ ଆରବ ସାଗରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମାଛଧରା ଜାହାଜ ଉପରେ ନଜର ପଡିଥିଲା । ପାଖକୁ ଯାଇ ଦେଖନ୍ତି ତ ଜାହାଜ ଟି ବିଦେଶର । ତେଣୁ ଜାହାଜଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଜାହାଜରୁ ବିପୁଳ ପରିମାଣର ବ୍ରାଉନ ସୁଗାର ବାହାରିଥିଲା । ନୌସେନାର କର୍ମଚାରୀମାନେ ଜାହାଜରୁ ୩୦୦ କେ.ଜି ବ୍ରାଉନ ସୁଗାର ଜବତ କରିଛି । ଯାହାର କି ଆନୁମାନିକ ମୂଲ୍ୟ ୩ହଜାର କୋଟିରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ନୌସେନା କର୍ମଚାରୀ ମାନେ ଜାହାଜକୁ ଯବତ କରିବା ସହିତ ୫ଜଣକୁ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି ।





