ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ । ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏଥିସହ ଜଣେ ବ୍ୟକ୍ତିଙ୍କୁ ଏୟାରଫିଲ୍ଡ ପୋଲିସ ଗିରଫ କରିଛି । ଏହି ଘଟଣାରେ ପ୍ରଣବ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଏୟାରଫିଲ୍ଡ ଅଞ୍ଚଳରେ ପ୍ରଣବ ବ୍ରାଉନସୁଗାର ବିକ୍ରି କରୁଥିଲେ । ଏୟାରଫିଲ୍ଡ ପୋଲିସ ଖବର ପାଇ ଚଢାଉ କରି ପ୍ରଣବଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଥିଲା ।






