ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା । ବିଶେଷ ସୁତ୍ରରୁ ସୁଚନା ପାଇ ରାଜସୁନାଖଳା ନିକଟରେ ଚଢ଼ଉ କରି ଏକ ସ୍କର୍ପିଓ ଗାଡ଼ି ସହ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ସେମାନଙ୍କ ଠାରୁ ୨୦ ହଜାର ୧୦ ଟଙ୍କା ମିଳିଥିବା ବେଳେ ୮ ଗୋଟି ମୋବାଇଲକୁ ଅବକାରୀ ବିଭାଗ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି ।
ଗାଡ଼ିର ଡ୍ରାଇଭର ଇକବାଲ ଖାଁ, ଉତମ ରାଇ ଦାସ, ଏସ.କେ. ସାହା ଆଲାମ, ଏସ. କେ ଅବଦୁଲ ରହିମ ଓ ପ୍ରସନ୍ନ ଜିତ ଦାସଙ୍କୁ ଗିରଫ କରିଛି । ଏଥି ସହ ଡବ୍ଲୁବି ୩୦ ଏଇ ୪୪୩୭ ନମ୍ବର ସ୍କର୍ପିଓ ଗାଡିକୁ ସଦର ଅବକାରୀ ଥାନା ଜବତ କରିଛି । ସେମାନଙ୍କ ଠାରୁ ୮ ଗୋଟି ମୋବାଇଲ ଜବତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଅଧୀକ୍ଷକ ସୁଚନା ଦେଇଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।





