ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଇଟାମାଟିର ଧମେର୍ନ୍ଦ ସ୍ୱାଇଁ । ସେ ଇଟାମାଟି ଅଞ୍ଚଳରେ ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାର କରୁଥିଲେ । କୈାଣସି ସୁତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ତାଙ୍କଠାରୁ ୧୦୩ ପ୍ୟାକେଟ ବ୍ରାଉନସୁଗାର ଧରିଥିଲା । ତାହା ୫.୫୦ ମିଲିଗ୍ରାମ ବୋଲି ସୂଚନା ମିଳିଛି । ଆଜି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।





