ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ପୋଲିସ ବ୍ରାଉନସୁଗାର କାରବାରରେ ଲିପ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହାସହ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ପୁରୁଣାବଜାର ଥାନାର ଏକ ସ୍ଵତନ୍ତ୍ର ଟିନ୍ ଦିନରେ ପାଟ୍ରୋଲିଂ କରୁଥିବା ବେଳେ ନିର୍ଦିଷ୍ଟ ସୂତ୍ରରୁ ଖବର ପାଇ ସହିଦାବାଦ ପୋଲ ଉପରେ ଗାଡି ଯାଞ୍ଚ ଆରମ୍ଭ କରିଥିଲା । ଏକ ମଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ତାଙ୍କୁ ସନ୍ଦେହରେ ପୋଲିସ ଅଟକାଇଥିଲା । ତାଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଗିରଫ ଦୁଇ ଯୁବକ ଶଙ୍କରପୁର ଅଞ୍ଚଳର ଫରଜାନ ସାହା ଓ ଏସ୍.କେ. ଦୟାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଏକ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ୍ ପୋଲିସ ଜବତ କରିଥିବା ଅତିରିକ୍ତ ଏସ୍ପି ସମ୍ବିତ ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ସେଥିନେଇ ତଦନ୍ତ ଚାଲିଛି ।






