ଭୁବନେଶ୍ୱର, (ବାଘୁଆବାର୍ତ୍ତା): STF ଜାଲରେ ବ୍ରାଉନସୁଗାର ବେପାରୀ । ୧ କେଜି ୨୨ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ମୂଲ୍ୟ ୨ କୋଟି ଟଙ୍କା ହେବ । ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ମନ୍ତ୍ରୀକୁ ବାନ୍ଧିଲା STF । ଅଭିଯୁକ୍ତର ଘର କଟକ ଜିଲ୍ଲା ତିଗିରିଆର ବିନ୍ଧାଣିମା । କେସ୍ ନମ୍ବର ୨୬, NDPS ACT ୧୯୮୫ରେ କୋର୍ଟ ଚାଲାଣ । ୨୦୨୦ରୁ ଏପର୍ଯ୍ୟନ୍ତ ୭୩ କେଜି ବ୍ରାଉନସୁଗାର ଜବତ କରିଛି STF । ୨୦୨ ଗ୍ରାମ କୋକେନ ସହ ୧୧୬ କେଜି ଗଞ୍ଜେଇ ଜବତ ହୋଇଛି । ୬୨ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର କୋର୍ଟ ନିର୍ଦ୍ଦେଶରେ ନଷ୍ଟ ହୋଇଛି । ନିଶା ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଜାରି ରହିଛି ।





